ପୁର୍ବତନ ସରପଞ୍ଚ ରବୀନ୍ଦ୍ରଙ୍କ ମୃତ୍ୟୁରେ ଶୋକଵ୍ୟକ୍ତ କଲେ ଅଞ୍ଚଳବାସୀ
ଗଣିଆ (ବିଶ୍ୱରଂଜନ ସେଠି) ଗଣିଆବ୍ଳକ ବେଲପଡାପାଟଣା ପଞ୍ଚାୟତ ବିଜୟନଗର ଗ୍ରାମର ପୂର୍ବତନ ସରପଞ୍ଚ ରବିନ୍ଦ୍ରକୁମାରମହାପାତ୍ରଙ୍କ ଅକାଳ ବିୟୋଗ ହୋଇଛି । ସୋମବାର ବିଳମ୍ବିତ ରାତିରେ ତାଙ୍କ ଛାତିରେ ଯନ୍ତ୍ରଣାହେବାରୁ ତାଙ୍କୁ ଗଣିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ତାଙ୍କର ଦେହ ବହୁତ୍ ଖରାପ ଥିବାରୁ ତାଙ୍କୁଅକ୍ସିଜେନ ଲାଗିଥିଲା କିଛି ସମୟ ପରେ ତାଙ୍କର ଛାତିର ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କର ମୃତ୍ୟୁ ଘଟିଥିଲା | ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ଶୋକାକୁଳ ପରିବେଶ ଦେଖିବକୁ ମିଳିଥିଲା ।ସେ ବେଲପଡାପାଟଣା ସରପଞ୍ଚ ଭାବେ ଅନେକ ଜନହିତକର କାର୍ଯ୍ୟ କରି ବେଶ୍ ପ୍ରସଂଶା ପାଇଛନ୍ତି । ବିଜୟନଗର ଗ୍ରାମର ଜଣେ ପରିଚିତ ଚେହେରା ଭାବରେବେଶ୍ ଜଣାଶୁଣା । ରବୀନ୍ଦ୍ରଙ୍କ ମୃତ୍ୟୁରେ ବେଲପଡ଼ାପାଟଣା ପଞ୍ଚାୟତ ତଥା ସମଗ୍ର ଗଣିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରବୀନ୍ଦ୍ର ଅଞ୍ଚଳର ଜଣେ ଟାଣୁଆ ନେତା ଭାବେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳ ବାସୀଙ୍କ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି ।
