ପୂର୍ତ୍ତ ବିଭାଗର ରାସ୍ତାକାମ ନିମ୍ନମାନର ଅଭିଯୋଗ : ନିମ୍ନ ମାନର ରାସ୍ତା କାମ ନେଇ ଜନ ଅସନ୍ତୋଷ

ଗଣିଆ -:(ବିଶ୍ୱରଂଜନ ସେଠି)ନିମ୍ନ ମାନର ହେଉଛି ପୂର୍ତ୍ତ ବିଭାଗର ରାସ୍ତା କାମ । ନିର୍ମାଣ କାମ ଚାଲିବା ଓ ଠିକାଦାରଙ୍କ ମନମୁଖୀ କାମକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଦୃଶ୍ୟ ଦେଖିବକୁ ମିଳିଛି ଗଣିଆ ବ୍ଲକ ଅନ୍ତର୍ଗତ ଗଣିଆ – ଦଶପଲ୍ଲା ମୁଖ୍ୟ ରାସ୍ତାର ଗୋପାଳପୁରରୁ । ଠିକାଦାର ରାତିରେ ପିଚୁ କାମ କରୁଥିବାରୁ ନିମ୍ନ ମାନର କାମ କରିବା ପରେ। ସକାଳୁ ରାସ୍ତାରୁ ପିଚୁ ଉଠି ଯାଇଥିଲା । ।

ଏପରିକି ବାରାମ୍ବର୍ ରାସ୍ତା ସଂପର୍କ ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ତେଣୁ ଶୁକ୍ରବାର ଦିନ ସକାଳୁ କାମ ବନ୍ଦ କରିବା ସହିତ ନୂତନ ପିଚୁ ରାସ୍ତା କରିବା ପାଇଁ ଲୋକ ମାନେ ଅଡ଼ି ବସିଥିଥିଲେ ।ଘଟଣା ସ୍ଥଳରେ ସୁପର ଫାଇଜର ଆସି ଲୋକଙ୍କୁ ବୁଝା ଶୁଝା କରିଥିଲେ । ଭଲ ଭାବରେ କାମ କରିବା ସହିତ ନୁଆ ପିଚୁ ପକେଇ କାମ କରିବା ପାଇଁ କହିବା ପରେ ଲୋକମାନେ ସ୍ଥିର ହୋଇଥିଲେ । ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କୁହନ୍ତି ଯେ ଯଦିଓ ରାସ୍ତା କାମ ନିମ୍ନ ମାନର ହୋଇଛି ତେବେ ମୁଁ ନିଜେ ରାସ୍ତା ଉପରେ ରହି କିଭଳି ଭଲ କାମ ହେବ ତା ଉପରେ ନଜର ଦେବୀ ବୋଲି କହିଛନ୍ତି ।