ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୀତ ‘ଏବୁଡାନ୍ସ ଇନ ମିଲେଟ୍ସ’ ଗ୍ରାମୀ ପୁରସ୍କାର ୨୦୨୪ ପାଇଁ ମନୋନୀତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୀତ ‘ଏବୁଡାନ୍ସ ଇନ ମିଲେଟ୍ସ’ ଗ୍ରାମୀ ପୁରସ୍କାର ୨୦୨୪ ପାଇଁ ମନୋନୀତ ହୋଇଛି। ଭାରତୀୟ-ଆମେରିକୀ ଗାୟକ ଫାଲୁଙ୍କ ସହ ମିଶି ମିଲେଟ୍ର ଲାଭ ଉପରେ ଏକ ଗୀତ ଲେଖିଥିଲେ ।ସେ ଭାରତୀୟ-ଆମେରିକୀ ଗାୟକ ଫାଲୁଙ୍କ ସହ ମିଶି ମିଲେଟ୍ର ଲାଭ ଉପରେ ଏକ ଗୀତ ଲେଖିଥିଲେ ।
ଏହି ଗୀତକୁ ଭାରତୀୟ-ଆମେରିକୀୟ ଗ୍ରାମି ବିଜେତା ଗାୟକ ଫାଲଗୁନି ଶାହା ଓ ତାଙ୍କ ସ୍ୱାମୀ ଗୌରବ ଶାହା ଗାଇଛନ୍ତି। ଏହି ଗୀତଟି ଜୁନ ୧୬ରେ ମୁକ୍ତିଲାଭ କରିଥିଲା, ଯେଉଁଥିରେ ସ୍ବାସ୍ଥ୍ୟ ଉପକାର ଏବଂ ପୁଷ୍ଟିକର ଶସ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଉଦ୍ୟମ ଦର୍ଶାଯାଇଛି।ଏହାସହ ସେଡୋ ‘ଫୋର୍ସେସ’ ପାଇଁ ଆରୁଜ ଅଫତାବ, ବିଜୟ ଆୟର ଓ ଶହଜାଦ ଇସ୍ମାଇଲୀ, ‘ଓଲୋନ’ ପାଇଁ ୱର୍ନା ବୟ, ‘ଫିଲ’ ପାଇଁ ଡେଭିଡୋ, ‘ମିଲାଗ୍ରୋ ୱାଇ ଡିସାଷ୍ଟ୍ରେ’ ପାଇଁ ସିବ୍ଲାନା ଏଷ୍ଟ୍ରାଡା, ବେଲା ଫ୍ଲେକ, ଏଡଗର ମେୟର ଓ ଜାକିର ହୁସେନ, ‘ପସ୍ତ’ ପାଇଁ ରାକେଶ ଚୌରସିଆ, ‘ଟୋଡୋ କୋଲୋରସ’ ପାଇଁ ଇବ୍ରାହିମ ମାଲୋଫ, ସୀମାଫଙ୍କ ଓ ଟ୍ୟାଙ୍କ ମଧ୍ୟ ମନୋନୀତ ହୋଇଛି ।
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହ ଲେଖାଯାଇଥିବା ଏବଂ ପରିବେଷଣ କରାଯାଇଥିବା ଏକ ଗୀତ କୃଷକମାନଙ୍କୁ ମିଲେଟ ଉତ୍ପାଦନ କରାଇବାରେ ଏବଂ ବିଶ୍ୱର କ୍ଷୁଧାକୁ ଦୂର କରିବାରେ ସାହାଯ୍ୟ କରିବା ପାଇଁ ଏହି ବର୍ଷକୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରାଯାଇଥିଲା।
