ପ୍ରଭୁ ଶ୍ରୀ ରାମ ଓ ମାତା ସୀତାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଆସିଲା ଶାଳଗ୍ରାମ

ଉତ୍ତରପ୍ରଦେଶର ଅଯୋଧ୍ୟାରେ ଭବ୍ୟ ରାମମନ୍ଦି ରେ ଏହି ଦୁଇଟି ପଥରରେ ପ୍ରଭୁ ଶ୍ରୀ ରାମ ଓ ମାତା ସୀତାଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ମନ୍ଦିରରେ ପୂଜା ପାଇବେ। ଗତ ଗୁରୁବାର ନେପାଳରୁ ଆସିଥିବା ଦୁଇଟି ଶାଳଗ୍ରାମ ପଥର ଅଯୋଧ୍ୟାରେ ପହଞ୍ଚିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଛି।

ଏହି ଦୁଇଟି ଶାଳଗ୍ରାମ ପଥର ପ୍ରାୟ ୬୦ ନିୟୁତ ବର୍ଷ ପୁରୁଣା ବୋଲି ଚର୍ଚ୍ଚା ହେଉଛି। ନେପାଳର ମୁଟାଙ୍ଗ ଜିଲାରୁ ଏହି ଦୁଇଟି ବିଶାଳ ପଥରକୁ ଦୁଇଟି ଟ୍ରକ୍‌ ଯୋଗେ ଅଯୋଧ୍ୟା ଅଣାଯାଇଛି। ଗୋଟିଏ ପଥରର ଓଜନ ୨୬ ଟନ୍‌ ହୋଇଥିବାବେଳେ ଆଉ ଗୋଟିଏ ପଥରର ଓଜନ ୧୪ ଟନ୍‌ ବୋଲି ଜଣାପଡ଼ିଛି।

ବିଶ୍ବ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ସମ୍ପାଦକ ରାଜେନ୍ଦ୍ର ସିଂହ ପଙ୍କଜଙ୍କ ନେତୃତ୍ବରେ ଏକ ଦଳ ନେପାଳ ଯାଇ ଏହି ଦୁଇଟି ପଥରକୁ ଅଯୋଧ୍ୟା ଆଣିଛନ୍ତି। ଶାଳଗ୍ରାମ ପଥର ଅଯୋଧ୍ୟାରେ ପହଞ୍ଚିବା ପରେ ପଣ୍ଡିତ ଓ ସ୍ଥାନୀୟ ବାସିନ୍ଦା ସେଗୁଡ଼ିକୁ ପୂଜାର୍ଚ୍ଚନା କରିଥିଲେ। ସୁସଜ୍ଜିତ ଟ୍ରକ୍‌ରେ ଆସିଥିବା ଏହି ଦୁଇଟି ପଥରକୁ ପରବର୍ତ୍ତୀ ସମୟରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ହସ୍ତାନ୍ତର କରାଯାଇଥିଲା। ଏହି ଦୁଇଟି ପଥର ନେପାଳର ମୁଟାଙ୍ଗ ଜିଲା ଅନ୍ତର୍ଗତ ମୁକ୍ତିନାଥ ଅଞ୍ଚଳ ଦେଇ ବହି ଯାଇଥିବା ଗଣ୍ଡକି ନଦୀ ଶଯ୍ୟାରୁ ସଂଗ୍ରହ କରାଯାଇଥିଲା। ଏହି ଅଞ୍ଚଳ ସମୁଦ୍ର ପତ୍ତନ ଠାରୁ ୬ହଜାର ଫୁଟ୍‌ ଉପରେ ରହିଛି।

You might also like