ପ୍ରହସନ ପାଲଟିଛି =ଅପରେସନ “ବାଲୁବାଜ୍ରା”

ଜଗତସିଂହପୁର ତା =7/12/25ଜଗତସିଂହପୁର ଜ଼ିଲ୍ଲା ରେ ପ୍ରବାହିତ ନଦୀ ଗୁଡିକ ରେ ପ୍ରଚୁର ପରିମାଣ ରେ ପ୍ରକୁତିକ ସମ୍ପଦ ଭରପୁର ହୋଇ ରହିଛି | ବିଭିନ୍ନ ନଦୀରୁ ବାଲି ଉତୋଳନ ପାଇଁ ସରକାର ବାଲିଘାଟ ନିଲାମ ଦେଇ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ରାଜସ୍ବ ଆଦାୟ କରୁଛନ୍ତି | ହେଲେ ସରକାରୀ ବାଲି ଘାଟ କୁ ଛାଡିଦେଲେ ଦୈନଦିନ ବାଲି ମାଫିଆ ମାନେ ବେଆଇନି ଭାବେ ମହାନଦୀ ଏବଂ ଆଳିପିଙ୍ଗଳ ସ୍ଥିତ ଦେବୀ ନଦୀ ରୁ ହଜାର ହଜାର ଟ୍ରିପ ବାଲି ଚୋରି କରିବା ଦ୍ୱାରା ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି | ବାଲି ମାଫିଆ ମାନେ ରାଜନେତା, ପ୍ରଶାସନିକ ଅଧିକାରୀ ଙ୍କ ସହିତ ମଧୁଚନ୍ଦ୍ରିକା କରି ରାଧେ ରାଧେ ତୁମର ଅଧେ କୁ ଆମର ଅଧେ ନୀତି ରେ ଚୋରା ବାଲି ମାଫିଆ ଏବଂ ଦୁର୍ନୀତିଗ୍ରସ୍ତ ଅଧିକାରୀ ମାଲେ ମାଲ ସାଜିଥିବା ବାରମ୍ବାର ଅଭିଯୋଗ ହେଉଛି | ଜ଼ିଲ୍ଲା ପ୍ରଶାସନ ସବୁଜାଣି ବାଲି ମାଫିଆ ସହିତ ଭାଗୁଆଳି ସାଜିଛି | ଯେଉଁଠି ଭାଗ କମୁଛି ସେଠାରେ ଜ଼ିଲ୍ଲାପ୍ରଶାସନ ଲୋକଦେଖାଣିଆ ରାତି ଅଧିଆ ଚଢ଼ାଉ କରି ମିଶନ “ବାଲୁବାଜ୍ରା” ସଫଳ ରୂପାୟନ ହୋଇଛି ବୋଲି ଗଣମାଧ୍ୟମ ଜରିଆରେ ମିଥ୍ୟା ଡିଣ୍ଡିମ ପିଟୁଛି | ପ୍ରକୁତ ପକ୍ଷେ ଜ଼ିଲ୍ଲା ପ୍ରଶାସନ ର ଅପରେସନ “ବାଲୁବାଜ୍ରା” ସଫଳ ଉପାୟନ ହେଉଛି ନାଁ ପ୍ରହସନ ପାଲଟିଛି ତାହା ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି | ଖବର ନେବାରେ ଜଣାଯାଇଛି ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ତିର୍ତୋଲ ସ୍ଥିତ ମହାନଦୀ ରୁ ବେଆଇନି ଭାବେ ରାତି ଅଧିଆ ବାଲି ମାଫିଆ ମାନେ ଶହ ଶହ ଟ୍ରିପ ବାଲି ଉଠାଉଥିବା ବେଳେ ଜ଼ିଲ୍ଲା ପ୍ରଶାସନ ରାତିଅଧିଆ ଚଢ଼ାଉ କରି 50ରୁ ଉର୍ଦ୍ଧ ହାୱାଇ ଜବତ କରି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଜରିମାନା ଆଦାୟ କରିଥିବା ବେଳେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂର ଆଳିପିଙ୍ଗଳ ସ୍ଥିତ ଦେବୀନଦୀର ବଛାସାଇଲୋ ଠାରେ ଏକ ମାତ୍ର ସରକାରୀ ସ୍ୱୀକୃତି ପ୍ରାପ୍ତ ବାଲିଘାଟ ଥିବା ବେଳେ ଆଳିପିଙ୍ଗଳ, ପାଟସରା, ଅଢଙ୍ଗା, ଶାଳଗାଁ ଆଦି ସ୍ଥାନରେ ଉକ୍ତ ଅଞ୍ଚଳ ର ଚୋରା ବାଲି ମାଫିଆ ମାନେ ବେଆଇନି ଭେବେ ଦୈନଦିନ ବିଳମ୍ବିତ ରାତିରେ ଶହ ଶହ ଟ୍ରିପ ବାଲି ଉଠାଇ କୋଟିପତି ହେବାର ଲକ୍ଷ୍ୟ ରଖିଥିବା ବେଳେ ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ର ଅପରେସନ “ବାଲୁବାଜ୍ରା “ପ୍ରକୁତ ପକ୍ଷେ କାର୍ଯ୍ୟକାରୀ ହେଉଛି ନାଁ ପ୍ରହସନ ରେ ପରିଣତ ହୋଇଛି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଏଠାରେ ସୂଚନା ଯୋଗ୍ୟ ବେଆଇନି ବାଲି ମାଫିଆ ଙ୍କୁ ଜଗିବା ପାଇଁ ଆଳିପିଙ୍ଗଳ ଠାରେ ଗତ ୨ ବର୍ଷ ହେବ ପୋଲିସ ପୋଷ୍ଟ ନିର୍ମାଣ କରାଯାଇଛି | ଦୈନଦିନ ଦେବୀନଦୀ ଗର୍ଭରୁ କେତେଟି ହାଇୱା, ଟ୍ରାକ୍ଟର, ଟ୍ରକ ପ୍ରବେଶ କରୁଛି, କେତେ ଟ୍ରିପ ବାଲି ଉଠୁଛି ତାର ହିସାବ ବରାବର କରାଯିବ ସହିତ ବେଆଇନି ବାଲି ଉଠାଣ ଟଙ୍କା ରେ ପ୍ରଶାସନିକ ଅଧିକାରୀ ଏବଂ ବାଲିମାଫିଆ ଭାଗୁଆଳି ସାଜିଥିବା ଚର୍ଚ୍ଚା ଜୋର ଧରିଛି| ଏ ନିୟୁଜ ପ୍ରସାରଣ ପରେ ଜ଼ିଲ୍ଲା ପ୍ରଶାସନ ଚୋରା ବାଲି ମାଫିଆ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ନାଁ ମଧୁଚନ୍ଦ୍ରିକା ରେ ଲିପ୍ତ ରହି ଭାଗୁଆଳି ସାଜୁଛି ତାହା ଜାଣିବା ଅପେକ୍ଷା ରେ ଜଗତସିଂହପୁର ଜ଼ିଲ୍ଲାବାସୀ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ