ଫିଲ୍ମ ଡେଲିଭରି ବୟକୁ ଏଣ୍ଟରଟେନ୍‌ମେଣ୍ଟ ଟାକ୍ସ ଛାଡ଼

ଅଶ୍ୱିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦକର ଛାଡ କରିଛନ୍ତି। ଏନେଇ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଅନୁମୋଦନ କରିଛନ୍ତି।

ସୂଚନା ମୁତାବକ, ସହରାଞ୍ଚଳର ଦୈନନ୍ଦିନ ଜୀବନରେ  ଡେଲିଭରି ବୟମାନଙ୍କ ଭୂମିକା ଅପରିହାର୍ଯ୍ୟ ହୋଇଛି। ସାଧାରଣତଃ ଆର୍ଥିକ ଅନଗ୍ରସର ପରିବାରରୁ ଆସୁଥିବା ଏହି ଡେଲିଭରୀ ବୟମାନଙ୍କ କାମ ଅତ୍ୟନ୍ତ ଆହ୍ୱାନମୂଳକ ଓ ଜୀବନ ସଂଘର୍ଷପୂର୍ଣ୍ଣ। ଏହି ଚଳଚ୍ଚିତ୍ରଟି ଏହିପରି ଡେଲିଭରୀ ବୟମାନଙ୍କ ଜୀବନ ଉପରେ ଆଧାରିତ।

You might also like