ବର୍ତ୍ତମାନର ବଡ଼ ଖବରଗଣିଆ ଥାନା ଅଞ୍ଚଳରେ ପୁଣି ଜୀବନ ହାରିଲା ଆଉ ଏକ ଯୁବକ , ଗାଁ ନିକଟ ଆମ୍ବ ତୋଟାରୁ ଯୁବକଙ୍କ ଝୁଲନ୍ତା ମୃତଦେହଉଦ୍ଧାର, ପୋଲିସର ତଦନ୍ତ ଜାରି।।

ଗଣିଆ -(ବିଶ୍ୱରଂଜନ ସେଠି)ଗଣିଆ ଥାନା ରାସଙ୍ଗ ପଞ୍ଚାୟତ କାଦୁଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିଵାକୁ ମିଳିଛି । ଗ୍ରାମର ବିନୋଦ ମହାନ୍ତିଙ୍କ ଏକମାତ୍ର ପୁଅ ସତ୍ୟାନନ୍ଦ ମହାନ୍ତି, ଯାହାଙ୍କର ବୟସ ୪୩ବର୍ଷ ଗାଁ ନିକଟ ଆମ୍ୱ ତୋଟାରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଦେଖିବକୁ ମିଳିଛି। ସୁଚନା ମୁତାବକ ସତ୍ୟାନନ୍ଦ ଭୁବନେଶ୍ବର ନିଜ ସ୍ତ୍ରୀ , ପୁଅ ଓ ବାପାଙ୍କୁ ନେ଼ଇ ରାଜମିସ୍ତ୍ରୀ କାମ କରି ନିଜର ପରିବାରର ଗୁଜୁରାଣ ମେଣ୍ଟାଉ ଥିଲେ । ଗତ କାଲି ରବିବାର ନିଜ ଗ୍ରାମ କାଦୁଆ କୁ ଆସିଥିଲେ । ସୋମବାର ଦିନ ସକାଳ ୧୧ ଘଣ୍ଟିକା ସମୟରେ ମାଙ୍କୁ ଖାଇବାକୁ ମାଗିଥିଲେ ।ଖାଇବା ପରେ ବୁଲିବାକୁ ଯାଉଛି କହି ଘରୁ ବାହାରକୁ ଆସିଥିଲେ । ଅପରାର୍ହ୍ନ ୩ଘଣ୍ଟିକା ପଯ୍ୟନ୍ତ ଘରକୁ ନ ଫେରିବାରୁ ମା ପାଖ ପଡିଶାଙ୍କ ଘରେ ଖୋଜାଖୋଜି କରିବା ପରେ ନିରାଶ ହୋଇଥିଲେ । ପରେ ସମସ୍ତେ ଖୋଜାଖୋଜି କରିବା ପରେ ଗ୍ରାମ ନିକଟସ୍ଥ ଆମ୍ବ୍ ତୋଟାରେ ଏକ ଆମ୍ବ ଗଛରେ ପ୍ଲାଷ୍ଟିକ ରଶିରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଗଣିଆ ଥାନାକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଥାନା ଏସଆଇ ଶ୍ୟାମସୁନ୍ଦର ପ୍ରଧାନ ଓ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛନ୍ତି । ସେପଟେ ଗତ ୬ଦିନ ତଳେ ଗଣିଆ ଥାନା ବେଲପଡ଼ା ଗାଁ ଜଣେ ନାବାଳକ ଛାତ୍ରର ମୃତଦେହ ଗାଁ ପାଖ ପରିତ୍ୟକ୍ତ କୂଅ ରୁ ଉଦ୍ଧାର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତୁ ର କାରଣ ସ୍ପଷ୍ଟ ହୋଇନାହିଁ ପୁଅ ମୃତୁ କୁ ନେଇ ଏବେ ବି ସନ୍ଦେହ ଘେର ରେ ସ୍ଥାନୀୟ ଲୋକେ ଥିବା ବେଳେ ଦୁଇଦିନ ପୂର୍ବରୁ ମାଳତିପୁଟ ଗ୍ରାମର ଜଣେ ଯୁବକ ଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ଘଟଣା ପରେ ବର୍ତ୍ତମାନ ଆଉଜଣଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ସେପଟେ ଗଣିଆ ପୋଲିସର ମଧ୍ୟ ନିଦ ହଜି ଯାଇଛି।

ନୟାଗଡ଼ ରୁ ବିଶ୍ୱରଂଜନ ସେଠୀଙ୍କ ରିପୋର୍ଟ HRTV ODIA