ବର୍ଷାଙ୍କୁ ଦୁଇ ଘଣ୍ଟା ଜେରା
ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିବାହ ବିଚ୍ଛେଦ ମାମଲାରେ ସୋମବାର ପୁଣି କଟକ ପରିବାର ଅଦାଲତରେ ହାଜର ହୋଇଛନ୍ତି। ଦୀର୍ଘ ଦୁଇଘଣ୍ଟା ଧରି ଚାଲିଥିଲା ଏହି ଜେରା । ଦିନ ୧୨.୩୦ ରୁ ୧.୩୦ ଓ ୩.୦୦ ରୁ ୪.୦୦ ପର୍ଯ୍ୟନ୍ତ ଜେରା କରାଯାଇଥିଲା । ପ୍ରତିପକ୍ଷ ଓକିଲଙ୍କ ତରଫରୁ ୧୮୦ରୁ ଉର୍ଦ୍ଧ୍ୱ ପ୍ରଶ୍ନ ବର୍ଷାଙ୍କୁ ପଚରା ଯାଇଥିଲା ।
ଛାଡ଼ପତ୍ର ମାମଲାରେ ବର୍ଷାଙ୍କୁ ଚୂଡ଼ାନ୍ତ ଜେରା କରାଯାଇଛି। ପ୍ରତିପକ୍ଷଙ୍କ ତରଫରୁ କିଛି କେଶ୍ ବାହାର ପ୍ରଶ୍ନ ବର୍ଷାଙ୍କୁ କରାଯାଇଥିଲା । ଏହା ସହ ଉକ୍ତ ପ୍ରଶ୍ନ ଉପରେ ମଧ୍ୟ ଆପତ୍ତି ଆଣିଥିଲେ ବର୍ଷାଙ୍କ ଓକିଲ । ପୂର୍ବରୁ ଜୁଲାଇ ୩୧ ସୁଦ୍ଧା ବର୍ଷାଙ୍କ ଜେରା ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଅକ୍ଟୋବର ୧୩ ସୁଦ୍ଧା ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।
