ବଲିଉଡ଼ ଅଭିନେତା ରଣବୀର କପୁରଙ୍କୁ ସମନ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)।

 ବିବାଦୀୟ ମହାଦେବ ଆପ୍‌ ମାମଲାରେ ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କୁ ଇଡିର ସମନ। ଅକ୍ଟୋବର ୬ ତାରିଖରେ ହାଜର ହେବାକୁ ନୋଟିସ୍‌। ଅନଲାଇନ୍ ମହାଦେବ ଆପ୍‌ର ପ୍ରଚାର ଅଭିଯୋଗରେ ଏହି ସମନ ଜାରି କରିଛି ଇଡି। କୋଲକାତା, ଭୋପାଳ, ମୁମ୍ବାଇ ସମେତ ୩୯ ଟି ସହରରେ ଅନଲାଇନ ଆପ ମହାଦେବ ସହ ଲିଙ୍କ ହୋଇଥିବା ମନି ଲଣ୍ଡରିଂ ନେଟୱାର୍କ ବିରୋଧରେ ଇଡି ଏହି ପଦକ୍ଷେପ ନେଇଛନ୍ତି। ଇଡି ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଶେୟାର ବଜାରରେ ବେଟିଂ ଟଙ୍କା ବ୍ୟବହାର କରାଯାଇଥିଲା। କେବଳ ଏତିକି ନୁହେଁ, ୧୪ ଜଣ ଫିଲ୍ମ ତାରକାଙ୍କ ନାମ ମଧ୍ୟ ଏହି ମାମଲା ସହିତ ଜଡିତ ଥିବା ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ର ତାରକାମାନେ ସୌରଭ ଚନ୍ଦ୍ରକର ଏବଂ ରବି ଅପପାଲଙ୍କ ବିବାହ ଭୋଜିରେ ଅଭିନୟ କରିଥିଲେ।

ତେବେ ଏହି ଆପ୍‌ର ସତ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ୨୦୨୩ ଫେବ୍ରୁଆରୀରେ ଆପ୍‌ର ପ୍ରମୋଟର ସୌରଭ ଚନ୍ଦ୍ରାକରଙ୍କ ବିଳାସପୂର୍ଣ୍ଣ ବିବାହ କରିଥିଲେ। ଏହି ବିଳାସପୂର୍ଣ୍ଣ ବିବାହରେ ପ୍ରାୟ ୨୦୦ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିବା କୁହାଯାଉଛି। ଆଉ ଏହି ବିବାହରେ ବଲିଉଡର ଅନେକ ନାମୀ କଳାକାର ମଧ୍ୟ ଯୋଗଦେଇଥିଲା। ଆଉ ଏହି ମାମଲାରେ ଇଡି ସମନ କରିଥିବା କୁହାଯାଉଛି।

ନିକଟରେ ଇଡି ମୁମ୍ବାଇ ଏବଂ ଦିଲ୍ଲୀରେ କିଛି ସେଲିବ୍ରିଟି ମାନଙ୍କର ମ୍ୟାନେଜରଙ୍କ ଘରେ ମଧ୍ୟ ରେଡ୍‌ କରିଥିଲା। ଏହି ରେଡ୍‌ରୁ ପ୍ରାୟ ୨.୫ କୋଟିର ନଗଦ ମଧ୍ୟ ଜବତ କରିଥିଲା।

You might also like