ବସ୍‌ ଷ୍ଟାଣ୍ଡରେ ଲାଗିଛି ସନ୍ନି ଦେଓଲଙ୍କ ନିଖୋଜ ପୋଷ୍ଟର,କୌଣସି ବିକାଶମୂଳକ କାର୍ଯ୍ୟ ନକରିବାର ଅଭିଯୋଗ

ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ନିଖୁଣ ଅଭିନୟ ପାଇଁ ଦର୍ଶକଙ୍କ ମନରେ ରାଜ କରିଥାନ୍ତି । ଗଦର-୨ର ସଫଳତା ପରେ ତାଙ୍କର କ୍ରେଜ୍ ବଢ଼ି ଯାଇଥିଲା । ମାତ୍ର ଏବେ ପୁଣି ନିଜ ସଂସଦୀୟ କ୍ଷେତ୍ରରେ ତାଙ୍କର ନିଖୋଜ ଥିବା ପୋଷ୍ଟ ଲାଗିଛି । ଯିଏ ସନ୍ନି ଦେଓଲ ଖୋଜି ଆଣିବ ସେହି ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଦିଆଯିବ ବୋଲି କୁହାଯାଇଛି । ଏହା ପ୍ରଥମ ଥର ନୁହେଁ ଯେ ସନ୍ନି ଦେଓଲଙ୍କ ନିଖୋଜ ପୋଷ୍ଟର ଲଗାଯାଇଛି । ସନ୍ନି ଦେଓଲ ଗୁରୁଦାସପୁର-ପଠାନକୋଟ ଲୋକସଭା ଆସନରୁ ବିଜେପି ସାଂସଦ ଅଟନ୍ତି। ଲୋକମାନେ କହିଛନ୍ତି ଯେ ସନ୍ନି ଦେଓଲ ସାଂସଦ ହେବା ପରଠାରୁ ତାଙ୍କୁ ଉଭୟ ଜିଲ୍ଲାରେ ଆଉ ଦେଖିବାକୁ ମିଳୁ ନାହିଁ।

ଏହା ସହ ସେ କୌଣସି ବିକାଶମୂଳକ କାର୍ଯ୍ୟ କରି ନାହାନ୍ତି। ଯଦି ୨୦୨୪ ନିର୍ବାଚନରେ ତାଙ୍କୁ କୌଣସି ଦଳ ଟିକେଟ ଦିଏ ତାହେଲେ ଭୋଟ ଦେବେ ନାହିଁ ବୋଲି କହିଛନ୍ତି । ସେପଟେ ଏହି ଘଟଣାକୁ ନେଇ ସନ୍ନି ଦେଓଲଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ । ବସଷ୍ଟାଣ୍ଡ ଏବଂ ଷ୍ଟେସନରେ ମଧ୍ୟ ଏଭଳି ନିଖୋଜ ପୋଷ୍ଟର ଲଗାଯାଇଥିବାବେଳେ ଏହା ଚର୍ଚ୍ଚାରେ ରହିଛି ।

Leave a comment