ବାଇକ୍କୁ ଧକ୍କା ଦେଲା ‘ଆମ ବସ’: ଦୁର୍ଘଟଣା ପରେ ୩ଟି ବସ୍କୁ ଭାଙ୍ଗିଦେଲେ ଲୋକେ
ଭୁବନେଶ୍ବର ଜନପଥରେ ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍ । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ‘ଆମ ବସ’କୁ ଭଙ୍ଗାରୁଜା କରିଛନ୍ତି। ୩ଟା ‘ଆମ ବସ’କୁ ଭାଙ୍ଗିଦେଇଥିବା ଜଣାପଡିଛି।ପ୍ରାଣ ବିକଳରେ ଆମ ବସ୍ ଛାଡ଼ି ପଳାଇଲେ ଡ୍ରାଇଭର, କଣ୍ଡକ୍ଟର । ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସର ମୃଦୁ ଲାଠିଚାଳନା ହୋଇଛି ।
