ବାଇକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର
ଗଣିଆ,୧୬.୧୧(ପିଏନଏସ) ଗଣିଆ ଥାନା ଅନ୍ତର୍ଗତ ଗଣିଆ-ଦଶପଲା ମୁଖ୍ୟ ରାସ୍ତାର ଆକାଶ ଢାବା ନିକଟରେ ଗତକାଲି ବିଳମ୍ବିତ ରାତ୍ରୀରେ ଏକ ବାଇକ ଦୁର୍ଘଟଣା ଘଟି ଜଣେ ମୃତ ହୋଇଥିବାବେଳେ ଆଉଜଣେ ଗୁରୁତର ହୋଇଛନ୍ତି । ମିଳିଥିବା ସୁଚନା ଅନୁସାରେ ଗାଁ ଗାାଁରେ କାର୍ତିକ ପୁର୍ଣ୍ଣମୀ ପାଇଁ ଚଳଚଂଚଳ ହେ।।ଇଥିବାବେଳେ ପତଣ୍ଡା ଗ୍ରାମରେ ଅନୁସୁଚିତ ଜାତି ସଂପ୍ରଦାୟର ଲୋକମାନେ ଗାଁରେ ସଂକୀର୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ କରୁଥିଲେ । ଏଥିପାଇଁ ଗାଁର ସୁଧିର ନାୟକ (୨୩) ଓ ବୀରେନ୍ଦ୍ର ନାୟକ (୨୨) ଏକ ବାଇକଯୋଗେ ଗଣିଆ ପେଟ୍ରୋଲ ଟାଙ୍କିରୁ ପଲ୍ସର୍ ବାଇକରେ ଡିଜେଲ ଆଣିବାକୁ ଯାଇଥିଲେ । ଭାଗ୍ୟର ବିଡ଼ମ୍ବନା ସୁଧିର ନାୟକ ବାଇକ ଚଲାଉଥିବାବେଳେ ସୁଧିର ନାୟକ ବାଇକ ପଛରେ ବସିଥିଲେ । ବାଇକର ଗତି ପ୍ରଖର ଥିବା ଯୋଗଁ ଆକାଶ ଢାବା ନିକଟରେ ଥିବା ବୁଲାଣୀ ରାସ୍ତାର ଏକ ଖାଲରେ ଗାଡ଼ିଟି ପଡ଼ିଯାଇଥିବାରୁ ଉଭୟ ଗାଡ଼ିରୁ ଛିଟିକି ରାସ୍ତା ଉପରେ ପଡ଼ିଥିଲେ । ଗାଡ଼ିଟି ୩୦ମିଟର ଦୁରକୁ ଛିଟିକି ଯାଇଥିବାବେଳେ ଉଭୟ ସୁଧିର ଓ ବୀରେନ୍ଦ୍ର ଗୁରୁତରଭାବେ ରାସ୍ତା ଉପରେ ପଡ଼ିରହିଥିଲେ । ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପଂହଚି ଆମ୍ବୁଲାନ୍ସ ଯୋଗେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭର୍ତି କରିଥିଲେ । ସେଠାରେ ଡାକ୍ତର ସୁଧିର ନାୟକ ଗୁରୁତର ଥିବାରୁ ତାଙ୍କୁ ଆଶୁ ଚିକିତ୍ସା ପରେ ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବାବେଳେ ବୀରେନ୍ଦ୍ରକୁ ଆଶୁ ଚିକିତ୍ସା କରିବା ପରେ ନିଜ ଗ୍ରାମ ପତଣ୍ଡାକୁ ପଠାଇ ଦିଆଯାଇଛି । ସୁଧିରରର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତରନ୍ତ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସୁଧିରଙ୍କର ଚିକିତ୍ସା ଅବସ୍ଥାରେ ଶନିବାର ପୂର୍ବାହ୍ନରେ ମୃତ୍ୟୁବରଣ କରିଥିଲେ । ସୁଧିର ବାପା ସୁଦାମ ନାୟକଙ୍କ ଏକମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ପୁଅକୁ ହରାଇ ବାପା ଏକପ୍ରକାର ସ୍ତବ୍ଧ ହୋଇଯାଇଛନ୍ତି । ସୁଧିରର ୩ଗୋଟି ଭଉଣୀରୁ ୨ଟି ଭଉଣୀର ବିବାହ ହୋଇଥିବାବେଳେ ଆଉଗୋଟିଏ ଭଉଣୀ ଘରେ ଅଛନ୍ତି । ସୁଧିରର ପରିବାର ଅତି ଗରୀବ ଶ୍ରେଣୀର ହୋଇଥିବାରୁ ତାଙ୍କର ମୃତ୍ୟୁରେ ଅଂଚଳବାସୀ ମର୍ମାହତ ହୋଇଥିବାବେଳେ ତାଙ୍କ ଶବ ଗ୍ରାମରେ ପଂହଚିଲା ବେଳେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସରକାରଙ୍କ ତରଫରୁ ଏହି ଦୁଃଖୀ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଅଂଚଳବାସୀ ଦାବୀ କରିଛନ୍ତି ।
