ବାଥ୍‌ରୁମ୍‌ରେ ଟଳିପଡିଲେ ପ୍ରସିଦ୍ଧ ଫିଲ୍ମ ନିର୍ମାତା ରାଜକୁମାର କୋହଲି

ବଲିଉଡର ଭେଟେରାନ ଚଳଚ୍ଚିତ୍ର ନିର୍ମାତା ରାଜକୁମାର କୋହଲିଙ୍କର ହୃଦ୍‌ଘାତରେ ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ସେ ସିନେମା ଜଗତର ଅନେକ ତାରକାଙ୍କୁ ବ୍ରେକ୍ ଦେଇଥିଲେ। ଏହି ଖବର ଯୋଗୁଁ ସିନେମା ଜଗତରେ ଶୋକର ଲହରୀ ଖେଳିଯାଇଛି । ସମସ୍ତେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।

ଆଜି ସକାଳ ପ୍ରାୟ ୮ଟା ସମୟରେ ରାଜକୁମାର କୋହଲି ଗାଧୋଇବାକୁ ବାଥରୁମକୁ ଯାଇଥିଲେ। କିନ୍ତୁ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରକୁ ଆସି ନ ଥିଲେ। ତା’ପରେ ପୁଅ ଅରମାନ ଅରମାନ କୋହଲି ବାଥରୁମ କବାଟ ଭାଙ୍ଗି ତା’ପରେ ବାପାଙ୍କୁ ବାହାରକୁ ନେଇ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।ରାଜକୁମାର କୋହଲି ସିନେମା ଜଗତରେ ଅନେକ ମହାନ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଅନେକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି। ‘ନାଗିନ’, ‘ଜାନି ଦୁଷମନ୍‌’, ‘ବିବି ନୌକର କା’, ‘ବଦଲେ କି ଆଗ’, ‘ଜିନେ ନେହିଁ ଦୁଙ୍ଗା’, ‘ବିସ୍‌ ସାଲ ବାଦ୍’ ଭଳି ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ଏଥି ମଧ୍ୟରୁ ସବୁଠୁ ବଡ ହିଟ୍ ହେଲା ‘ନାଗିନ’ ଏବଂ ‘ଜାନି ଦୁଷମନ’ ।

Leave a comment