ବିଜେପି ର ସଦସ୍ୟତା ଅଭିଯାନ କର୍ମଶାଳା
ଗଣିଆ -ଭାରତୀୟ ଜନତା ପାର୍ଟି ମଣ୍ଡଳ ସ୍ତରୀୟ ସଦସ୍ୟତା ଅଭିଯାନ ଗଣିଆ ବିଜେପି କର୍ମକର୍ତାଙ୍କୁ ନେଇ ସୋମବାର ପୂର୍ବlହ୍ନ ସମୟରେ ରାଧାମାଧବ ଯୁବକସଂଘ ପତଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି l ଗଣିଆ ମଣ୍ଡଳ ସଭାପତି ପ୍ରଫୁଲ୍ଲ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ପୂର୍ଣଚନ୍ଦ୍ର ନାଏକ ଯୋଗଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟ୍ୟରେ ଵାଣିଗୋଚ୍ଛା ଜୋନ ସଭାପତି କିଶୋର ଚନ୍ଦ୍ର ବେହେରା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିଭୁତି ଭୂଷଣ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ଦାଶ,ମହିଳା ସେଲର ସଭାନେତ୍ରୀ ରଞ୍ଜୁଲତା ପଣ୍ଡା,ବରିଷ୍ଠ ବିଜେପି କର୍ମୀ ଶରତ କୁମାର କର, ହରିହର ଅମାୟନ୍ତ ଙ୍କ ସମେତ ଗଣିଆ ମଣ୍ଡଳର ୮ ଗୋଟି ଗ୍ରାମପଞ୍ଚାୟତରୁ ଶତାଧିକ ଆଗଧାଡିର ଛାମୁଆ ଭାଜପା କର୍ମୀମାନେ ଯୋଗ ଦେଇଥିଲେ l

ଉକ୍ତ ବୈଠକରେ କେନ୍ଦ୍ର ଓ ରାଜ୍ୟରେ ଥିବା ବିଜେପି ନେତୃତ୍ୱଧିନ ସରକାରର ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇ ଭାଜପାର ସକ୍ରିୟ ସଦସ୍ୟ କିପରି ଆପଣାଇବା ଏବଂ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ କିପରି ତୃଣମୂଳ ସ୍ତରରେ ସଂଗଠିତ ହେବେ ସେ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା l

ନୂତନଭାବେ ବିଭୂତି ଭୂଷଣ ପଣ୍ଡାଙ୍କୁ ବିଜେପିର ମଣ୍ଡଳ ପ୍ରଭାରୀ ଭାବେ ଘୋଷଣା କରାଯାଇଥିବାବେଳେ ବରିଷ୍ଠ ବିଜେପିକର୍ମୀ ହରିହର ଅମାୟନ୍ତଙ୍କୁ ସହ -ପ୍ରଭାରୀ ଭାବେ ମଣ୍ଡଳ ସଭାପତି ଶ୍ରୀ ସାହୁ ଘୋଷଣା କରିଥିଲେ l 8800002024 ଟୋଲଫ୍ରି ନମ୍ବରରେ ନୂତନ ସଦସ୍ୟତା ପାଇଁ ମିସକଲ କରି ପଞ୍ଜିକୃତ କରିବାପାଇଁ ମୁଖ୍ୟଅତିଥି ଶ୍ରୀଯୁକ୍ତ ନାଏକ କହିଥିଲେ l
