ବିଦ୍ୟାଳୟରେ ସ୍ଵାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତ
ଗଣିଆ -(ବିଶ୍ୱରଂଜନ ସେଠି) ଜାନୁୟାରୀ 12 ତାରିଖ ହେଉଛି ଜାତୀୟ ଯୁବ ଦିବସ । ଆମ ଦେଶ ପାଇଁ ଏହା ଏକ ମହତ୍ବପୂର୍ଣ ଦିବସ । ଜାତୀୟ ଯୁବ ଦିବସ ହେଉଛି ଭାରତର ଯୁବକ ଏବଂ ଯୁବକମାନଙ୍କ ପାଇଁ ଉତ୍ସର୍ଗୀକୃତ ଏକ ବିଶେଷ ଦିନ, ଯେଉଁମାନଙ୍କର ଦେଶର ଭବିଷ୍ୟତକୁ ଉନ୍ନତ ତଥା ସୁସ୍ଥ କରିବାର ସାମର୍ଥ୍ୟ ରହିଛି । 12 ଜାନୁଆରୀରେ ଭାରତୀୟ ଯୁବ ଦିବସ ପାଳନ କରିବାର ଏକ ବିଶେଷ କାରଣ ଅଛି । ଏହି ଦିନ ସ୍ୱାମୀ ବିବେକାନନ୍ଦଙ୍କର ଜନ୍ମ ହୋଇଥିଲା । ବିଭିନ୍ନ ଅନୁଷ୍ଠାନରେ ଆଜିର ଦିନକୁ ଧୁମ୍ ଧାମରେ ପାଳଣ କରାଯାଉଥିବା ବେଳେ ଗଣିଆ ବ୍ଲକସ୍ଥିତ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ପାଲିତ ହୋଇଯାଇଅଛି । ବିଦ୍ୟାଳୟର ଅଧ୍ୟକ୍ଷା ସଲିଳ। ସେଠୀଙ୍କ ଅଧ୍ୟକ୍ଷତାରେ ଅଧ୍ୟାପିକା ଧରାତ୍ମଜା ପ୍ରଧାନ ,ଶାନ୍ତିଲତା ବେହେରା, ଅର୍ଚ୍ଚନା ବିଶୋଇ, ଦୀପ୍ତି ମୟୀ ବେହେରା ଅଧ୍ୟାପକ ସୁନିଲ କୁମାର ନାୟକ ,ତାରିଣୀ ପ୍ରସାଦ ଆଚାର୍ଯ୍ୟ , ଖେଳ ଶିକ୍ଷକ ଶେଷଦେବ ରାଉତ , ପ୍ରଫୁଲ୍ଲ କୁମାର ମହାରଣା ,ଭରତ ଚନ୍ଦ୍ର ସାହୁ ,ଜମ୍ବେଶ୍ଵର ବସ୍ତି ପୁଷ୍ପଲତା ବେହେରାଙ୍କ ସମେତ ବିଦ୍ୟାଳୟ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ବିବେକାନନ୍ଦଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଏକ ଶୋଭାଯାତ୍ରାରେ ବାହାରିଥିଲେ । ବିଦ୍ୟାଳୟରେ ପିଲାଟି ଦିନରୁ ସେ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ଅଧ୍ୟୟନରେ ଭଲ ଥିବା ସତ୍ତ୍ୱେ, ସେ ଚାକିରି ଜୀବନ ପ୍ରତି ମୋହ ନକରି ସନ୍ୟାସୀ ଜୀବନ ପାଇଁ ମନ ବଳାଇଥିଲେ। ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ସ୍ଵାମୀ ବିବେକାନନ୍ଦ ବୋଲି ଅଧ୍ୟକ୍ଷା ଶ୍ରୀମତୀ ସେଠି କହିଥିଲେ ।
