ବିଦ୍ୟୁତ କାଟ ର ସ୍ଥାୟୀ ସମାଧାନ।
ବିଦ୍ୟୁତ କାଟ ର ସ୍ଥାୟୀ ସମାଧାନ। ପୁରୀ ଚାରିନଳା ବିଦ୍ୟୁତ ବିଭାଗ ଅଧିନ ଗୋପୀନାଥ ପୁର ,ଖଣ୍ଡିଆବନ୍ଧ ,ବାରବାଟୀ ଅଞ୍ଚଳରେ କାଲି ତା ୬.୫.୨୫ରିଖ ସକାଳ ୮ଟାରୁ ରାତି ପ୍ରାୟ ପ୍ରାୟ ୧୨.୪୫ ପର୍ଯ୍ୟନ୍ତ ବିଦ୍ୟୁତ ସେବା ବିଚ୍ଛିନ୍ନ ଥିଲା ।ଫଳରେ ସ୍ଥାନୀୟ ଅଞ୍ଚଳ ବାସୀ ଅନେକ ଅସୁବିଧା ର ସମ୍ମୁଖିନ ହୋଇଥିଲେ।ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ହେବା ଫଳରେ ସ୍ଥାନୀୟ ଅଞ୍ଚଳବାସୀ ମାନେ ପୁରୀର ପ୍ରବେଶ ପଥ ଅଠରନଳା ଠାରେ ରାସ୍ତା ରୋକ କରିଥଲେ ।ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଜି ତା ୭.୫.୨୫ରିଖ ପୁରୀ ଗୋପୀନାଥପୁର ସରପଞ୍ଚଙ୍କ ପ୍ରତିନିଧି ଭୀମସେନ ମାଝୀ, ସଞ୍ଜୟ ପ୍ରଧାନ,ପଦିଆ ନାୟକ ,ବିଜୟ ମାଝୀ, ସୁଶାନ୍ତ ସାହୁ,ମାନସ ସାଶମଲ,ଦୁର୍ଗା ପ୍ରସାଦ ପରିଡା,ସତ୍ୟ ମହାରଣା,ଶିବାନନ୍ଦ ଦାସ ,ବାଦଲ ପ୍ରଧାନ,ରାଜେଶ ମିଶ୍ର,ପାର୍ଥ ସାରଥୀ ବେହେରା,ଶଙ୍କରା ରାଉତ ସମେତ ଶତାଧିକ ଯୁବକ ମାନେ ଏକତ୍ର ହୋଇ ପୁରୀ ରେଡ଼କ୍ରସ ରୋଡ ସ୍ଥିତ ବିଦ୍ୟୁତ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକଯ୍ୟୁକିଟିଭ ଇଂଜିନିୟର,ଏସଡିଓ ଏବଂ ଜେଇ ଙ୍କ ଉପସ୍ଥିତିରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା

ପରିଶେଷରେ ସମାଧାନ ର ସୂତ୍ର ସ୍ୱରୂପ ଚାରିନଳା ସ୍ଥିତ ଇଲେକ୍ଟ୍ରିକାଲଡିଭିଜନ ଅଫିସ କୁ କୌଣସି ଅସୁବିଧାର ତୁରନ୍ତ ସମାଧାନ ପାଇଁ ଆଉ ଦୁଇଟି ସ୍ଥାନରୁ(ପୁରୀ ଆଇଟିଆଇ ଛକ ଏବଂ ବାଇପାସ ଛକରୁ ) ବ୍ୟାକଅପ ଦିଆଯିବ।ଉପସ୍ଥିତ ଯୁବକ ମାନେ ବିଦ୍ୟୁତ ବିଭାଗର ସମସ୍ତ ଉଚ୍ଚ ପଦସ୍ତ ଅଧିକାରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ମନୋଜ କୁମାର ବଳୀୟାରସିଂ,ପୁରୀ
