ବିବାହ କରି ପାରିବେନି ଯୁବ ବିଧାୟକ ବିଜୟ ଶଙ୍କର

ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମାମଲା ଆହୁରି ଜଟିଳ ହୋଇପଡ଼ିଛି। ପ୍ରତ୍ୟୁଷାଙ୍କୁ ବିଜୟ ଶଙ୍କର ଏବେ ବିବାହ କରିପାରିବେ ନାହିଁ। ବିବାହ ପାଇଁ ଆବେଦନ ହୋଇଥିବା ପତ୍ରରେ ତ୍ରୁଟି ଥିବା ଯୋଗୁଁ ପଞ୍ଜିକରଣ ଅଧିକାରୀ ତାଙ୍କ ଆବେଦନ ଖାରଜ କରିଥିବା ଜଣା ପଡ଼ିଛି। ଏଥିରେ ପ୍ରତ୍ୟୁଷା ଅବିବାହିତ ଦର୍ଶାଯାଇଥିଲା। କିନ୍ତୁ ପ୍ରତ୍ୟୁଷା ବିବାହ କରି ସ୍ଵାମୀଙ୍କ ଠାରୁ ଛାଡ଼ପତ୍ର ପାଇଛନ୍ତି। କିନ୍ତୁ ବିଜୟ ଆବେଦନ ପତ୍ରରେ ଏହା ଦର୍ଶାଇ ନ ଥିଲେ। ଏପରିକି ପ୍ରତ୍ୟୁଷା ମଧ୍ୟ ଅବିବାହିତ ଥିବା କହିଥିଲେ।ସୂଚନାଯୋଗ୍ୟ, ପୂର୍ବତନ ବାନ୍ଧବୀ ସୋମାଲିକା ବିଧାୟକ ବିଜୟ ଶଙ୍କରଙ୍କ ବିବାହ ଆବେଦନ ଉପରେ ଆପତ୍ତି ଉଠାଇଥିଲେ। ଏହା ବିରୋଧରେ ସେ ଆବେଦନ ମଧ୍ୟ କରିଥିଲେ।

Leave a comment