ବିଶ୍ୱର କଲ୍ୟାଣ ନିମନ୍ତେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ
ଗଣିଆ,(ବିଶ୍ୱରଂଜନ ସେଠି) ଗଣିଆ ବ୍ଳକର ବେଲପଡ଼ା ପଂଚାୟତର ବେଲପଡ଼ାପାଟଣା ଗ୍ରାମରେ ବହୁ ଆଡ଼ମ୍ବର ସହିତ ବିଶ୍ୱର କଲ୍ୟାଣ ନିମନ୍ତେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତକାଲି ମହାନଦୀରେ ପୁଜାର୍ଚ୍ଚନା କରାଯାଇ ଗଙ୍ଗାମାତାଙ୍କୁ ଆବାହନ କରି ପୂଜାକାର୍ଯ୍ୟ ପରେ ଶତାଧିକ ପୁରୁଷ ଓ ମହିଳା ବିରାଟ ସମାବେଶରେ କଳସ ଯାତ୍ରା କରି ଅଷ୍ଟପ୍ରହରୀ ପରିସରରେ ପଂହଚିଲାପରେ ଶୁଭାଧିବାସ ହୋଇଥିଲା ।

ପରେ ଗଣିଆ ବ୍ଳକର ବିଭିନ୍ନ ଅଂଚଳରୁ ଆସିଥିବା ସଂର୍କୀତନମଣ୍ଡଳୀମାନଙ୍କ ଦ୍ୱାରା ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଆସନ୍ତା କାଲି ନଗର ଭ୍ରମଣ କରାଯିବା ସହିତ ଦଧିଭାଣ୍ଡ ଭଗ୍ନ କରାଯିବ ବୋଲି କମିଟି ତରଫରୁ ସୁଚନା ମିଳିୀଛି । ଏହି କାର୍ଯ୍ୟକ୍ରମରେ ସଭାପତି ବାବୁଲି ସାହୁ, ରଘୁନାଥ ମହାପାତ୍ର, ରବି ସାହୁ, ପବିତ୍ର ସାହୁ, ସରୋଜ କୁମାର ସାହୁ, ପ୍ରଭାତ ସାହୁ, ବଳଭଦ୍ର ସାହୁଙ୍କ ସମେତ ଗ୍ରାମବାସୀମାନେ ସହଯୋଗ କରିଥିଲେ ।
