ବିଶ୍ୱ ପରିବେଶ ଦିବସ- ସୁଖ ଓ ସୁସ୍ଥ ଜୀବନ ପାଇଁ ପ୍ରକୃତି ଏବଂ ପରିବେଶର ସୁରକ୍ଷା ଆବଶ୍ୟକ ।

ଗଣିଆ: ( ବିଶ୍ୱରଂଜନ ସେଠି)
ଗଣିଆ ବ୍ଲକରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏଇ ପରିପ୍ରେକ୍ଷୀରେ ଗୁରୁବାର ଦିନ ପୂର୍ବାହ୍ନ ସମୟରେ ଗଣିଆ ସ୍ଥିତ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଅଛି । ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷା ସଳିତା ସେଠୀଙ୍କ ଅଧ୍ୟକ୍ଷତା ଏଇ କାଯ୍ୟକ୍ରମରେ ସଂସ୍କୃତ ବିଭାଗର ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ବଘାର, ଇତିହାସ ବିଭାଗର ଅଧ୍ୟାପକ ତାରିଣୀ ପ୍ରସାଦ ଆଚାର୍ଯ୍ୟ,
ଖେଳ ଶିକ୍ଷକ ଶେଷଦେବ ରାଉତ, କର୍ମଚାରୀ ଭରତ ଚନ୍ଦ୍ର ସାହୁ, ଜମ୍ବେଶ୍ଵର ବସ୍ତି, ଜଗନ୍ନାଥ ମିଶ୍ର, ଚତୁର୍ଭୁଜ ବେହେରାଙ୍କ ସମେତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

ସେହିପରି ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳ ତରଫରୁ ଗୁରୁବାର ବିଶ୍ଵ ପରିବେଶ ଦିବସ ପାଳନ ହୋଇଯାଇଛି ଏହି ଅବସରରେ ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା ଙ୍କତତ୍ତ୍ୱାବଧାନରେ ଛାମୁଣ୍ଡିଆ କୁଞ୍ଜବିହାରୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନେ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ସ୍ଲୋଗାନ ଦେଇ ଗାଁ ପରିକ୍ରମା କରିଥଲେ।ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ଦଳେଇ,ଫରେଷ୍ଟର ପ୍ରତାପ କୁମାର ସେଠୀ, ଲୋକନାଥ ସେଠୀ, ସଞ୍ଜୟ କୁମାର ରାଉତ, କାଳନ୍ଦୀ ଚରଣ ସାଥୁଆ, ଫରେଷ୍ଟ ଗାର୍ଡ ଅନିତା ଦୁର୍ଗା, ଅସ୍ଥାୟୀ ବନକର୍ମଚାରି ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ। ସେହିପରି ଗଣିଆ ବନାଞ୍ଚଳ ତରଫରୁ ଗଣିଆର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଡ଼ଭାନ୍ସ ଟିଉଟୋରିଆଲ ପରିସରରେ ଦିବସକୁ ପାଳନ କରାଯାଇଛି । ଆଡଭାନ୍ସଡ଼ ଟିଉଟୋରିଆଲର ମ୍ୟାନେଜର ବିଶ୍ୱରଂଜନ ସେଠୀଙ୍କ ତତ୍ଵାବଧାନରେ ଗଣିଆ ବନାଞ୍ଚଳ ଅଧିକାରୀ ସୁମନ ମାଝି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବନପାଳ ମନୋଜ ପ୍ରଭାକର ସାହୁ, ସନ୍ତୋଷ କୁମାର ପ୍ରଧାନ ଓ ବୈଷ୍ଣବୀ ନାୟକଙ୍କ ସମେତ ବନ କର୍ମଚାରୀ ଉପସ୍ଥିତ ଥିଲେ । ପ୍ଲାଷ୍ଟିକ୍ ଓ ପଲିଥିନ ମୁକ୍ତ ପରିବେଶ ଉପରେ ଗୁରୁତ୍ଵ ଆରୋପ କରି ଛାତ୍ରୀ ଛାତ୍ର ମାନଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ପ୍ଲାଷ୍ଟିକ ଓ ପଲିଥିନ ଗୁଡ଼ିକ ମାଟିରେ ବିଘଟନ ହୋଇପାରେ ନାହିଁ। ଫଳରେ ମୃତ୍ତିକା ପ୍ରଦୂଷଣ ହୋଇଥାଏ। ଅନ୍ୟପରି ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ ପ୍ରାକୃତିକ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇ ଥାଏ। ଦିନକୁ ଦିନ ପ୍ରାକୃତିକ ପରିବେଶ ଧ୍ୱଂସ ହେବା ସାଙ୍ଗକୁ ପ୍ରତିକୂଳ ପରିବେଶ ଜୀବ ଜଗତ ଉପରେ ବିରାଟ ପ୍ରଭାବ ପକାଇବ। ତେବେ ସୁସ୍ଥ ପରିବେଶ ସୃଷ୍ଟି କରିବାକୁ ହେଲେ ସମସ୍ତେ ନିଜ ନିଜର ବାଡ଼ି ରେ କିଛିନା କିଛି ଗଛ ରୋପଣ କରିବାକୁ ପଡ଼ିବ ବୋଲି ଅତିଥି ମାନେ କହିଥିଲେ।

You might also like