ବେଟି ବଚାଓ ଓ ବେଟି ପଢାଓ ନାରୀ ବିନା ସମାଜ ତିଷ୍ଠିବା ଅସମ୍ଭବ

ଗଣିଆ,(ବିଶ୍ୱରଂଜନ ସେଠି .) ଗଣିଆ ବ୍ଳକ ସଦଭାବନା ସଭାଗୃହରେ ଗୁରୁବାର “ବେଟି ବଚାଓ – ବେଟି ପଢାଓ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗଣିଆ ମହିଳା ଓ ଶିଶୁ ବିକାଶ ଅଧିକାରୀ ଉଷାରାଣୀ ସାହୁଙ୍କ ତତ୍ୱାବଧାନରେ ଅତିଥିଭାବେ ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟନାୟକ, ଏବିଡିଓ ରତନଲାଲ ଲୋହରା, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଶାଖା ପରିଚାଳକ ଚିନ୍ମୟ କୁମାର ଦାଶ, ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର କିଶୋର ଚନ୍ଦ୍ର ସାହୁ, ଭାରପ୍ରାପ୍ତ ବ୍ଳକ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା ଯୋଗଦାନ କରିଥବଲେ । ନାରୀ ବିନା ଏ ସମାଜ ତିଷ୍ଠି ରହିବା ଅସମ୍ଭବ । କନ୍ୟା ଉଭୟ ବାପଘର ଓ ଶ୍ୱଶୁର ଗରକୁ ହିତସାଧନ କରିଥିବାରୁ କନ୍ରାର ଅନ୍ୟ ନାମ ଦୁହିତା ବୋଲି ଆଖ୍ୟା ଦିଆଯାଇଛି । ସମାଜରୁ କିପରି ଭୃଣହତ୍ୟା ରୋକିବା, ଯୁବତୀ ଚାଲାଣ ଉପରେ ଅଙ୍କୁଶ ଲଗାଇବା ତଥା ନାରୀ ନିର୍ଯ୍ୟାତନାକୁ ରୋକାଯାଇ ସମ୍ମାନ ଦିଆଯାଇ ପାରିବ ମୁଖ୍ୟ ଅତିଥିଙ୍କ ତାଙ୍କ ଅଭିଭାଷଣରେ ଆଲୋଚନା କରିଥିଲେ । ମହିଳା ଓ ଶିଶୁ ବିକାଶ ଅଧିକାରୀ ଉଷାରାଣୀ ସାହୁ ତାଙ୍କ ବକ୍ତବ୍ୟରେ ଝି÷ଅମାନଙ୍କ ସଂଖ୍ୟା ଦୃତଗତିରେ ହ୍ରାସ ପାଇଥିବାର କାରଣ ଓ ନିରାକରଣ ଉପରେ ଆଲୋକପାତ କରିବା ସହିତ ଶିଶୁକନ୍ୟା ମାନଙ୍କ ଜୀବନଧାରଣ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା, ଭୃଣହତ୍ୟକୁ ରୋକିବା, ଶିଶୁକନ୍ୟାମାନଙ୍କର ଶିକ୍ଷା ଓ ସହଭାଗିତାକୁ ସୁନିଶ୍ଚିତ କରିବା, ବାଳିକା ଶିକ୍ଷା, ୧୮ବର୍ଷରୁ କମ ବୟସରେ ବିବାହ କରାଇବା,ଓ ଝିଅ ଚାଲାଣ ରୋକିବା ଉପରେ ସଚେତନତା ଉପରେ ଆଲୋକପାତ କରିଥିଲେ ।

ସ୍ୱେଛାସେବୀ ଅନୁଷ୍ଠାନ ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟନାୟକ ତାଙ୍କ ବକ୍ତବ୍ୟରେ ନୟାଗଡ଼ ଜିଲ୍ଲାରେ କନ୍ୟା ଶିଶୁମାନଙ୍କର ଜନ୍ମକୁ ନିଶ୍ଚିତ କରାଇ କନ୍ୟାସଂଖ୍ୟା ବୃଦ୍ଧି କରିବା ଏବଂ କନ୍ୟା ସନ୍ତାନ ମା’ ମାନଙ୍କୁ ସ୍ୱାଭିମାନର ସହିତ ବଚିଂବା ସହିତ ଜିଲ୍ଲାରେ ଶିଶୁ ଲିଙ୍ଗ ଅନୁପାତରେ ସମାନତା ଆଣି ଅଧିକରୁ ଅଧିକ ଝିଅମାନଙ୍କୁ ପାଠ ପଢିବାକୁ ସୁଯୋଗ ଦେବା ବିଷୟରେ ଗୁରୁତ୍ୱ ଦେଇଥିଲେ । ପ୍ରକାଶ ଥାଉକି ୨୦୧୧ ଜନଗଣନା ଅନୁସାରେ ଜନ୍ମରୁ ୬ବର୍ଷ ପର୍ଯ୍ୟନ୍ତ ଶିଶୁ ଲିଙ୍ଗ ଅନୁପାତ ସର୍ବଭାରତୀୟ ସ୍ତରରେ ପ୍ରତି ୧୦୦୦ ପୁଅରେ ୯୧୪ଝିଅ ଥିବାବେଳେ ଓଡ଼ିଶାରେ ୯୩୫ ଏବଂ ନୟାଗଡ଼ ଜିଲ୍ଲାରେ ତାହା ୮୫୫କୁ ଖସି ଆସିଛି । ତେବେ ରାଜ୍ୟ ତଥା ଜିଲା ତୁଳନାରେ ପୁଅଙ୍କ ଅନୁପାତରେ ଝିଅମାନଙ୍କ ସଂଖ୍ୟା କମିବାରେ ଲାଗିଛି । ପୁ୍‌ଅ ମାନସିକତା ନେଇ କେତେକ ସ୍ଥାନରେ ପରିବାର ଲୋକ କନ୍ୟାଭୃଣ ହତ୍ୟା କରୁଥିବା ଯୋଗୁଁ ଦିନକୁ ଦିନ ଏପରି ସମସ୍ୟା ଦେଖାଦେବାରେ ଲାଗିଛି । ତେବେ ଏଥି ନିମିତ ସରକାରଙ୍କ ଏହି ବେଟି ବଚାଓ ଓ ବେଟି ପଢାଓ ଯୋଜନାକୁ ସଫଳ ଋପାୟନ ଦେବାପାଇଁ ସାଧାରଣରେ ସଚେତନତା କରାଯାଉଛି । ବିଭିନ୍ନ ବିଦ୍ୟାଳୟର ଶିକ୍ଷୟତ୍ରୀ ଓ ଶିକ୍ଷକମାନଙ୍କ ଦ୍ୱାରା ଛୋଟ ଛୋଟ ଝିଅମାନଙ୍କୁ ବିଦ୍ୟାଳୟ ଆଣି ପାଠ ପଢିବାକୁ ଆଗ୍ରହ ସୃଷ୍ଟି କରାଇବା ସହ ଝିଅଟିଏ ଶିକ୍ଷା,ସ୍ୱାସ୍ଥ୍ୟ,ଆର୍ଥିକ ଓ ସାମାଜିକ ଅଧିକାର ସହ ବଚିଂପାରିବ ସେଥି ନେଇ ଅତିଥିମାନେ ଶିବିରରେ ଗୁରୁତ୍ୱଆରୋପ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କିଶୋରୀ ବାଳିକା, ଅଙ୍ଗନୱାଡ଼ି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀିର ମହିଳାମାନେ, ରଘୁନାଥ ଜୀଉ ମହାବିଦ୍ୟାଳୟର ଛାତ୍ରୀମାନେ, କିଶୋର ଚନ୍ଦ୍ର ବିଦ୍ୟାପୀଠର ଛାତ୍ରୀମାନେ ଯୋଗଦାନ କରିଥିଲେ । ବେଟି ବଚାଅ ବେଟି ପଢାଅ ସନ୍ଦର୍ଭରେ କିଶୋର ବାଳିକାମାନଙ୍କୁ ନେଇ ପ୍ରତିଯୋଗିତା କରାଯାଇଥିବାବେଳେ କୃତୀ ପ୍ରତିଯୋଗୀ ୟ୍ୱାତିକା ପଣ୍ଡା, ଶିବାନୀ ସାହୁ, ଓ ତପସ୍ୱିନୀ ପଣ୍ଡାଙ୍କୁ ୧ହଜାର ଟଙ୍କା ଲେଖାଏର୍ ନଗଦ ଅର୍ଥ ରଶି ଅତିଥିମାନେ ପ୍ରଦାନ କରିଥିଲେ ।