ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା
ଗଣିଆ: (ବିଶ୍ୱରଂଜନ ସେଠି )ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ କାଯ୍ୟଳୟ ପରିସରରେ ଶୁକ୍ରବାର ଦିନ ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଗୋଷ୍ଠୀ ଅଧିକାରୀ ସାଗର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଯୋଗିତାରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷା ଝୁନା ଜେନା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶରତ କୁମାର କର, ସିଡିପିଓ ଉଷାରଣୀ ସାହୁ ଓ ଅତିରିତ ବିଡ଼ିଓ ରତନ ଲାଲ ଲୋହରା ମଞ୍ଚାସିନ ଥିଲେ । ୧୫ଟି ଏସଏସଜି ଗୋଷ୍ଠୀର ୪୮ ଜଣ ପ୍ରତିଯୋଗୀ ଭାଗ ନେଇ ନିଜ ନିଜ ଖାଦ୍ୟ ପ୍ରସ୍ତୁତ କରିଥିଲେ । ସେଥି ମଧ୍ୟରୁ ମା ଦକ୍ଷିଣକାଳୀ ସ୍ୱୟଂସହାୟକ ଗୋଷ୍ଠୀ ପ୍ରଥମ ହୋଇ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ବେଳେ ଅନ୍ୟ ୧୪ ସ୍ୱୟଂ ସହାୟକ ଗୋଷ୍ଠୀକୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାଯ୍ୟକ୍ରମ କୁ ବିପିସି ପ୍ରଭାକର ଦାସ ଓ ବିଏଲସି ଅମ୍ବିକା ପ୍ରାସାଦ ମିଶ୍ର ସୁଚାରୁରୂପେ ପରିଚାଳନା କରିଥିଲେ ।
