ବ୍ଲକ ସ୍ତରୀୟ ‘ସାଇବର ସୁରକ୍ଷା ଅଭିଯାନ’ – ୨୦୨୫

ଭଣ୍ଡାରିପୋଖରୀ, ୧୦/୧୧(ନିପ୍ର) : ଆଜି ବ୍ଲକ ସଭାଗୃହ ମଧ୍ୟରେ ସାଇବର ସୁରକ୍ଷା ଅଭିଯାନ ଉପଖଣ୍ଡ ଅଧିକାରୀ ତ୍ରିଲୋଚନ ସେଠୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି ।ଉଦଘାଟନ କରିଥିଲେ ବ୍ଲକ୍ ଅଧ୍ୟକ୍ଷା ସୁମତୀ ସେଠୀ ଏବଂ ସଭା ରେ କଳେଜ୍ ପିଲାମାନଙ୍କ ଜରିଆରେ ଜାତୀୟ ସଙ୍ଗୀତ ମଧ୍ଯ ଗାନ କରାଯାଇଥିଲା। ଅତିଥି ପରିଚୟ ପ୍ରଦାନ କରିଥିଲେ ଥାନା ଅଧିକାରୀ କମଳାକାନ୍ତ ଦାଶ । ସମ୍ମାନିତ ଅତିଥି ରୂପେ ଯୋଗଦେଇ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ ସମେତ ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ଶୁମତି ସେଠୀ ,ଭଣ୍ଡାରିପୋଖରୀ କଲେଜ୍ ଅଧ୍ୟକ୍ଷ ଭାରତ ଚନ୍ଦ୍ର କରଣ, ସାଇବର ଥାନା ଇନ୍ସପେକ୍ଟର ବନ୍ଦନା ଦେବୀ ଏବଂ ଏବିଡ଼ିଓ ନିଶିକାନ୍ତ ଖୁଣ୍ଟିଆ ଉପସ୍ଥିତ ରହି ଭଣ୍ଡାରିପୋଖରୀ ବ୍ଲକର ସମସ୍ତ ପିଆରଆଈ ମେମ୍ବର ଓ ସରପଞ୍ଚ , ଆଶାକର୍ମୀ , ସ୍କୁଲ୍ ପିଲା ଏବଂ କଲେଜ୍ ପିଲା ମାନଙ୍କୁ କିପରି ଭାବରେ ସାଇବର କ୍ରାଇମ ର ଠକାମୀ ଦିନକୁ ଦିନ ଯେପରି ବଢ଼ିଚାଲିଛି ତେଣୁ ଦୟାକରି ସୋସିଆଲ ମିଡ଼ିଆ ରେ ଯେପରି ଫେକ ଆଇଡ୍ ଓ ଫେକ୍ କଲ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ ।ଯେପରି ଫେସ୍ ବୁକ୍,ଟୁଇଟର, ଏଷ୍ଟାଗ୍ରମ୍ ଭଳି ଆପ୍ ରେ ଯୁବପିଢି ମାନେ ଏକ୍ଟିଭ ରହୁଛନ୍ତି ସେମାନଙ୍କୁ କୌଣସି ଅଜଣା ଲୋକଙ୍କର ଫ୍ରେଣ୍ଡ୍ ରିକ୍ୱାଷ୍ଟ ଆସିଲେ ସେମାନଙ୍କ ସହିତ ଯୋଡି ନହେବାକୁ ପରାମର୍ଶ ଦେଇଥିଲେ ଏବଂ ପୋଲିସ୍ ପ୍ରଶାସନ ନାଁ ନେଇ କୌଣସି ବ୍ୟକ୍ତି ଭିଡ଼ିଓ କଲ ମାଧ୍ୟମରେ ଯଦି କହେ ଆପଣଙ୍କ ନାଁ ରେ କେସ୍ ଅଛି ଆପଣ ଯଦି କିଛି ଅର୍ଥ ପଠାଇବେ ଆମେ କେସ୍ ଟିକୁ ରଫା ଦଫା କରିଦେବୁ ନହେଲେ ଆପଣଙ୍କୁ ଆରେଷ୍ଟ କରିବୁ ଏହି ଭଳି କଲ କୁ ଜମା ବିଶ୍ଵାସ କରିବେ ନାହିଁ କାରଣ ସାତ ପୋଲିସ୍ କାହାରିଙ୍କୁ ଜଣେଇକି ଆରେଷ୍ଟ କରେ ନାହିଁ ଏହି ଭଳି ଅନେକ ଉଦ୍ଧାରଣ ଦେଇ ସଚେତନ ହେବାକୁ ପରାମର୍ଶ ଦେଇଥିଲେ ଏବଂ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଜିଲ୍ଲାପରିଷଦ ଲକ୍ଷ୍ମୀଧର ସାହୁ।