ଭାରତୀୟ ଜନତା ପାର୍ଟିର ନୂତନ ମଣ୍ଡଳ ସଭାପତିଙ୍କୁ ସମ୍ବର୍ଦ୍ଧନା ।ଅଞ୍ଚଳରେ ଖୁସିର ମହୋଲ ।
-ଭବାନୀପାଟଣା,୦୪|୫(ନି.ସୂ)
କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀର ନୂତନ ଭାରତୀୟ ଜନତା ପାର୍ଟିର ଯୋନ ସଭାପତିଙ୍କୁ ସମ୍ବର୍ଦ୍ଧନା ସଭା ମହା ସମାରାହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ଧର୍ମଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇ ରଣମାଲ ମଣ୍ଡଳର ନୂତନ ସଭାପତି ଶ୍ରୀ ଅର୍ଜୁନ ଛତ୍ରୀଆ ଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ, ମଣ୍ଡଳ ପ୍ରତିନିଧି ସୁଧାଂଶୁ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଉକ୍ତ ମଣ୍ଡଳ ପୂର୍ବରୁ ବାନେର ମଣ୍ଡଳ ହୋଇଥିବା ବେଳେ, ବାନେର , କୁଚାଗାଁ, ଭଇରିପାଲି, ଖାଲିଆଭଟା, ଛିନ୍ନକାଗୁଡା ସହିତ ଜଡ଼ିତ ଥିବା ବେଳେ, ବର୍ତ୍ତମାନ ରଣମାଲ , ବଡ ଟେମରି , ଭେଜିଗୁଡା, ରଣମାଲର ନୂତନ ମଣ୍ଡଳ ଗଠିତ ହୋଇଛି । ଏହା ବହୁ ପ୍ରତୀକ୍ଷିତ ର ଅନ୍ତ ଘଟିଛି । ନୂତନ ମଣ୍ଡଳ ସଭାପତି ରୂପରେ ଅର୍ଜୁନ ଛତ୍ରୀଆଙ୍କୁ ପାଇ ଅଞ୍ଚଳ ଉତ୍ସବ ମୁଖରିତ ହୋଇଥିବା ବେଳେ, ଶୁଭେଚ୍ଛାର ସୁଅ ଛୁଟୁଛି ।
