ଭୀରଦାସ ବେଷ୍ଟ କମେଡି ପାଇଁ ଜିତିଲେ ଇଣ୍ଟରନ୍ୟାସନାଲ୍‌ “ଏମୀ ପୁରସ୍କାର”

ଫେମସ୍‌ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ଭୀରଦାସ ଇତିହାସ ରଚିଛନ୍ତି । ତାଙ୍କୁ ମିଳିଛି ଅନ୍ତର୍ଜାତୀୟ ଏମି ପୁରସ୍କାର ୨୦୨୩ ।  ସେ ତାଙ୍କର ଅନନ୍ୟ କମେଡି ‘ଭୀର ଦାସ ଲ୍ୟାଣ୍ଡିଂ’ ପାଇଁ ତାଙ୍କୁ ମିଳିଛି ଏହି ଟ୍ରଫି ।   ‘ବୀର ଦାସ ଲ୍ୟାଣ୍ଡିଙ୍ଗ’ ସହିତ ’ଡେରି ଗର୍ଲସ ସିଜନ ୩’ କୁ କମେଡି ପାଇଁ ଏମି ଆନ୍ତର୍ଜାତୀୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ଉଭୟଙ୍କ ମଧ୍ୟରେ ପ୍ରତିଯୋଗିତା ସମାନ ଥିଲା ଏବଂ ଦୁହେଁ ଏହି ସମ୍ମାନଜନକ ପୁରସ୍କାର ପାଇଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୨୧ରେ ବୀର ଦାସ ତାଙ୍କ କମେଡି ଶୋ ‘ଟୁ ଇଣ୍ଡିଆ’ ପାଇଁ ଏମି ଆନ୍ତର୍ଜାତୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ମଧ୍ୟ ସେ ଏହି ପୁରସ୍କାର ଜିତିପାରିନଥିଲେ।  ଚଳିତ ବର୍ଷ ନେଟଫ୍ଲିକ୍ସର ‘ଦିଲ୍ଲୀ କ୍ରାଇମ-୨’ ପାଇଁ ଅଭିନେତ୍ରୀ ଶେଫାଲୀ ଶାହା ଏବଂ ସୋନି ଲିଭର ‘ରକେଟ ବଏଜ୍‌-୨’ପାଇଁ ଅଭିନେତା ଜିମ ସରବ ମଧ୍ୟ ଅନ୍ତର୍ଜାତୀୟ ଏମି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।

Leave a comment