ଭୂବନେଶ୍ୱର -କୋଣାର୍କ ରାସ୍ତାରେ ରାସ୍ତା କଡକୁ ଖସିଲା କାର
କୋଣାର୍କ:- 13/01/2026 – ଭୂବନେଶ୍ୱର -କୋଣାର୍କ ରାସ୍ତାରେ ରାସ୍ତା କଡକୁ ଖସିଲା କାର,ଗୋପ କୁସୁପୁରୁ ନିକଟରେ ଦୁର୍ଘଟଣା,ଅଳ୍ପକେ ବର୍ତ୍ତିଲେ 5 ପର୍ଯ୍ୟଟକ।କୁହୁଡି ଯୋଗୁଁ ଦିଶିଲାନି ରାସ୍ତା,ଗଛ ରେ ପିଟି ହୋଇ ରାସ୍ତା ତଳକୁ ଖସିଲା କାର,ଗାଡ଼ିରେ ଥିବା ୫ଜଣ ସମ ହସ୍ପିଟାଲ ଫାର୍ମାସିଷ୍ଟ ଛାତ୍ର ରାତିରୁ କୋଣାର୍କ ବୁଲିବାକୁ ଆସିଥିବା ବେଳେସକାଳୁ ସକାଳୁ ହୋଇଛି ଦୁର୍ଘଟଣା,ଗାଡିର ଡ୍ରାଇଭର ଗୁରୁତର ଥିବା ବେଳେ ଛାତ୍ର ମାନେ ସୁରକ୍ଷିତ ଅଛନ୍ତି,ଘଟଣା ସ୍ଥଳରେ ଗୋପ ପୋଲିସ ପହଂଚି ଗାଡିକୁ ଜବତ କରିବା ସହିତ ତଦନ୍ତ ଚଳାଇଛି।
