ଭେନେଜୁଏଲାରୁ ୫୦ ମିଲିୟନ ବାରେଲ ତେଲ ସିଧାସଳଖ ପହଞ୍ଚିବ ଆମେରିକା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାକୁ ନେଇ ବଡ଼ ଘୋଷଣା କରିଛନ୍ତି ।ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ସେନା ଗିରଫ କରିବା ପରେ, ବର୍ତ୍ତମାନ ସେଠାକାର ତୈଳ ସମ୍ପଦ ଉପରେ ନିଜର ଆଧିପତ୍ୟ ବିସ୍ତାର କରିବା ଆରମ୍ଭ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।ଭେନେଜୁଏଲାର ଅନ୍ତରୀଣ କର୍ତ୍ତୃପକ୍ଷ ଆମେରିକାକୁ ୩୦ ରୁ ୫୦ ମିଲିୟନ ବାରେଲ୍ ତେଲ ହସ୍ତାନ୍ତର କରିବେ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି ।ଟ୍ରୁଥ୍ ସୋସିଆଲ୍’ରେ ଏହା ଉଲ୍ଲେଖ କରିଛନ୍ତି, ଏହି ଉଚ୍ଚମାନର ତେଲକୁ ବଜାର ଦରରେ ବିକ୍ରି କରାଯିବ । ଏହି ବିକ୍ରିରୁ ମିଳିବାକୁ ଥିବା କୋଟି କୋଟି ଟଙ୍କା ସିଧାସଳଖ ଟ୍ରମ୍ପଙ୍କ ନିୟନ୍ତ୍ରଣରେ ରହିବ । ଏହି ଅର୍ଥ ମୋ ଦ୍ୱାରା ନିୟନ୍ତ୍ରିତ ହେ ବ। ଯାହା ଦ୍ୱାରା ଏହା ଭେନେଜୁଏଲା ଏବଂ ଆମେରିକା ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରାଯାଇପାରିବ । ଏହି ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଟ୍ରମ୍ପ ଆମେରିକାର ଶକ୍ତି ସଚିବ କ୍ରିସ୍ ରାଇଟଙ୍କୁ ଦାୟିତ୍ୱ ଦେଇଛନ୍ତି । ବିଶାଳକାୟ ଜାହାଜ ସାହାଯ୍ୟରେ ଭେନେଜୁଏଲାର ତେଲକୁ ସିଧାସଳଖ ଆମେରିକା ବନ୍ଦରକୁ ଅଣାଯିବ। ବର୍ତ୍ତମାନର ଦର ଅନୁସାରେ ଏହି ତେଲର ମୂଲ୍ୟ ପ୍ରାୟ ୨.୮ ବିଲିୟନ ଡଲାର ।