ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ

ଆଜି ପବିତ୍ର ମକର ସଂକ୍ରାନ୍ତି। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଆଜି ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ ଓ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହେବ। ତେବେ ମକର ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ। ବୈତରଣୀର ଶବ୍ୟା କାବେରୀ ଘାଟରେ ପୂଜାର୍ଚ୍ଚନା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପତ୍ନୀକ ବୁଡ଼ ପକାଇଛନ୍ତି।