ମକର ମେଳା ଧୁମଧାମରେ ପାଳିତ

ଗଣିଆ (ବିଶ୍ୱରଂଜନ ସେଠି) ଗଣିଆ ବ୍ଲକ ୱାଲିପୁରସ୍ଥିତ ମା ଚିରିଣି ଠାକୁରାଣୀଙ୍କ ପୀଠରେ ମକରମେଳା ବଡ଼ ଧୁମଧାମରେ ପାଳିତ ହୋଇଯାଇଛି । ଗଣିଆ ବ୍ଲକର ଏହି ମେଳା ଖୁବ୍ ପ୍ରସିଦ୍ଧ ହୋଇଥିବାରୁ ଏଠାରେ ଜନସମାଗମ ବଢିବାରେ ଲାଗିଛି । ମକରସଂକ୍ରାନ୍ତି ଅବସରରେ ଗ୍ରାମଦେବତୀ ମା ଚିରିଣିଙ୍କ ଠାରେ ପୂଜାର୍ଚ୍ଚନା କରାଯାଇ ମେଳାର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ରାଉତପଡ଼ା ସ୍ଥିତ ପଭୁ ଭୋଳେଶ୍ୱରଙ୍କୁ ନିମନ୍ତ୍ରଣ କରାଯାଇ ପୁଜାର୍ଚ୍ଚନା କରାଯିବା ସହିତ ନାମ ସଂକୀର୍ତନ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା । ଏହାପରେ ଠାକୁରଙ୍କୁ ମଣ୍ଡପରେ ଅବସ୍ଥାନ କରାଯାଇ ପରମ୍ପରା ମୁତାବକ ମକର ଚାଉଳ ପୁଜା କରାଯାଇ ଶ୍ରଦ୍ଧାଳଙ୍କମଧ୍ୟରେ ବାଂଟି ଦିଆଯାଇଥିଲା । ଦୋକାନ ବଜାର ସହିତ ତୋରଣ ଓ ଆଲୋକ ମାଳାରେ ସୁସଜ୍ଜିତ ଏହି ମେଳାରେ ୱାଲିପୁର ଗ୍ରାମ୍ୟ କମିଟି ତରଫରୁ ୩ଦିନ ଧରି ରାତିରେ ପୃଥ୍ୱୀରାଜ ନାଟ୍ୟ ସମ୍ରାଟ ଦ୍ୱାରା ନାଟକ ପରିବେଷଣ ହେବା ସହିତ ଦିନରେ ରାମ ନାଟକ ପରିବେଷଣ ହେବ ବୋଲି କମିଟିର ସଭାପତି ଭୁବନେଶ୍ୱର ବାଘ ଓ ସଂପାଦକ ଶଙ୍କର୍ଷଣ ଗଣ୍ଠିଆ ସୁଚନା ଦେଇଛନ୍ତି । ସେହିପରି ଜଗନ୍ନାଥପ୍ରସାଦ ଗ୍ରାମରେ ମକର ଯାତ୍ରା ବଡ଼ ଧୁମ ଧାମରେ ପାଳିତ ହୋଇଥିବାବେଳେ ଗଣିଆ ଅଂଚଳର ପ୍ରତ୍ୟେକ ଦେବାବେଦୀ ମନ୍ଦିରରେ ମକଳ ଚାଉଳ ପ୍ରସ୍ତୁତ କରାଯାଇ ଭୋଗ ଲାଗି କରାଯାଇ ଭକ୍ତମାନଙ୍କୁ ବାଂଟି ଦିଆଯାଇଥିଲା ।