ମହିଳାଙ୍କୁ ପ୍ରେମ ପ୍ରତାରଣା ପଡ଼ିଲା ମହଙ୍ଗା, ୧୭ ବର୍ଷ ପରେ ପ୍ରେମିକ ଗିରଫ ପରେ କୋର୍ଟ ଚଲାଣ
ଗଣିଆ, (ବିଶ୍ୱରଂଜନ ସେଠି): ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ପୂର୍ଣ୍ଣିଚନ୍ଦ୍ରପୁର ଗ୍ରାମରେ ଜୈନିକ ଯୁବତୀକୁ ପ୍ରେମ ଓ ବିବାହ ପ୍ରଲୋଭନ ଦେଖାଇ ୧୭ ବର୍ଷ ଧରି ଫେରାର ହୋଇଯାଇଥିବା ଯୁବକକୁ ଗୁରୁବାର ଗଣିଆ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ପୂର୍ଣ୍ଣିଚନ୍ଦ୍ରପୁର ଗ୍ରାମର ଦିଲ୍ଲୀପ ଖଟୁଆ ( ୪୩) । ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ ଦିଲ୍ଲୀପ ସେହି ଗ୍ରାମର ଜଣେ ନା ବାଳିକା ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ନବାଳିକା ଯୁବତୀ ଜଣକ ଅନୈତିକ ସମ୍ପର୍କ ଯୋଗୁଁ ଅନ୍ତସତ୍ୱ। ହୋଇଥିଲେ । ଏହାପରେ ସମ୍ପୃକ୍ତ ଯୁବକ ପ୍ରେମିକାକୁ ଛାଡି ଦୀର୍ଘ ସତର ବର୍ଷ ହେଲା ଫେରାର ହୋଇଯାଇଥିଲା । ତେବେ ଦିଲ୍ଲୀପଙ୍କ ବାପାଙ୍କ ଶୁଦ୍ଧି କ୍ରିୟାକୁ ଆସି ଗଣିଆ ବଜାରରେ ଲୁଗା କିଣୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଁ ଗୁରୁବାର ସନ୍ଧ୍ୟାରେ ଗଣିଆ ପୋଲିସ ତାଙ୍କୁ ଗିରଫ କରିଥିଲା । ଏ ନେଇ ଗଣିଆ ପୋଲିସ କେସ ନମ୍ବର 08/୨୦୦୮ ରେ ଏକ ମାମଲା ରୁଜ୍ଜୁ କରି ଶୁକ୍ରବାର ପୂର୍ବାହରେ ଦିଲ୍ଲୀପଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ଠାରୁ ସୂଚନା ମିଳିଛି ।
