ମହିଳା ସାମ୍ବାଦିକଙ୍କୁ ଅସଦାଚରଣ ମାମଲା:ପ୍ରଯୋଜକ ଟୁଟୁଙ୍କୁ ମିଳିଲା ଜାମିନ ।
ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଜାମିନ । ଜାମିନ୍ ପ୍ରଦାନ କଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । ଅନ୍ୟପକ୍ଷେ ତାଙ୍କୁ ରାଜ୍ୟ ବାହାରକୁ ଗଲେ କୋର୍ଟର ଅନୁମତି ନେବାକୁ ହେବ ବୋଲି କୋର୍ଟ କହିଛନ୍ତି । ଏହାସହିତ ସାକ୍ଷୀମାନଙ୍କୁ ଭୟଭୀତ ଏବଂ ପ୍ରଲୋଭିତ କରିବେ ନ କରିବାକୁ ମଧ୍ୟ କୁହାଯାଇଛି। ଏପିରିକି ପୀଡିତାଙ୍କୁ ଧମକଚମକ ଦେବେ ନାହିଁ ବୋଲ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଫିଲ୍ମ ପ୍ରିମିୟର ଶୋ’ରେ ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ଶୁକ୍ରବାର ଖାରବେଳନଗର ପୁଲିସ ଟୁଟୁଙ୍କୁ ଗିରଫ କରିଥିଲା। ଯାହାପରେ ଏହି ପ୍ରସଙ୍ଗରେ ବେଶ୍ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ଆଉ ଟୁଟୁ ନାୟକଙ୍କୁ ଗିରଫ କରାଯାଇଥିଲା । ଏହାପରେ ସେ ଝାରପଡ଼ା ଜେଲ୍ରେ ଥିଲେ
