ମାଟ୍ରିକ ପରକ୍ଷାର୍ଥୀଙ୍କୁ ଉତ୍ସାହିତ କଲେ ସରପଞ୍ଚ ଓ ମୋ ସ୍କୁଲ ସଭାପତି
ଗଣିଆ,( ବିଶ୍ୱରଂଜନ ସେଠି) ଆଉ ୨ଦିନ ପରେ ଆରମ୍ଭ ହେବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ପରୀକ୍ଷାର୍ଥୀମାନେ ଏଥି ପାଇଁ ପ୍ରସ୍ତୁତ ହୋଇସାରିଥିବା ଦେଖାଯାଇଛି। ତେବେ ପରୀକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଗଣିଆ ବ୍ଲକ ଛାମୁଣ୍ଡିଆ ଗୁପ୍ତେଶ୍ୱର ସରକାରୀ ମୋ ସ୍କୁଲ ସଭାପତି କମଳ ଲୋଚନ ଦଳେଇ, ଛାମୁଣ୍ଡିଆ ସରପଞ୍ଚ ଦିପ୍ତିରେଖା ସେନାପତି, ରଜୀଙ୍ଗି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ ସଭାପତି ପ୍ରତାପ କୁମାର ରାଉତ ବିଦ୍ୟାଳୟରେ ପହଞ୍ଚି ଛାତ୍ରୀ ଛାତ୍ର ମାନଙ୍କୁ ମାଟ୍ରିକ ପରୀକ୍ଷା ପାଇଁ ଶୁଭକାମନା ଜଣାଇବା ସହ କଲମ, ଚକୋଲେଟ୍ ଓ ଫୁଲ ଦେଇଥିଲେ । ତେବେ ପରୀକ୍ଷା କିଭଳି ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ଦେବା ସହ ତରବର ନ ହୋଇ ପ୍ରଶ୍ନ ପଢି ସଠିକ୍ ଉତ୍ତର ଦେବା ପାଇଁ ପରାମର୍ଶ ଦେଇଥିଲେ । ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ମୋ ସ୍କୁଲ ସଭପତି ୯୦ ପ୍ରତିଶତ ଓ ସରପଞ୍ଚ ୮୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ବତନ୍ତ୍ର ଭାବେ ପୁରସ୍କୃତ କରାଯିବ ବୋଲି ସୂଚନା ଦେଇଥିଲେ । ଏହି ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଜତ କୁମାର ପ୍ରଧାନଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।
