ମାତ୍ର ୮ ସେକେଣ୍ଡ ରେ ଭାରତର ୨୮ ଟି ରାଜ୍ଯ ର ନାମ କହି ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ
ମାତ୍ର ୮ ସେକେଣ୍ଡରେ ଭାରତର ୨୮ ଟି ରାଜ୍ଯ ର ନାମ କହି “ଇଣ୍ଡିଆ ବୁକ ଅଫ ରେକର୍ଡ” ରେ ସ୍ଥାନ ପାଇଛନ୍ତି ବାଳକ ଯୁବରାଜ ରଥ ,ବୟସ ମାତ୍ର ୫ ବର୍ଷ, ଜାନୁଆରୀ ୧୨ ,୨୦୧୫ ରେ ତାଙ୍କ ଜନ୍ମ । ପିତା ରାଜ କୁମାର ରଥ,ଜି.ଉଦୟଗିରି, ତେଲିସାହି ରେ ପରିବାର ସହ ରୁହନ୍ତି। ସ୍ଥାନୀୟ ସରକାରୀ ଡ଼ାକ୍ତର ଖାନାରେ ସ୍ବାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟରତ ଅଟନ୍ତି।
୫ ବର୍ଷର ପୁଅ ଯୁବରାଜ ରଥ ଗତ ବର୍ଷ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଏହି ବର୍ଷ ଜାନୁୟାରୀ ୪ ଚାରି ତାରିଖରେ ସେ ଏହି ରେକର୍ଡ ଅଧିକାରୀ ବୋଲି ଘୋଷଣା ହୋଇଥିଲା। ଚଳିତ ମାସ ୧୭ ତାରିଖ ଦିନ ଇଣ୍ଡିଆ ବୁକ୍ ଅଫ ରେକର୍ଡ ପଦକ ଏବଂ ପ୍ରମାଣ ପତ୍ର ତାଙ୍କ ନିକଟରେ ପହଞ୍ଚିବା ସୂଚନା ମିଳିଛି। ଏହି ରେକର୍ଡ ର ଅଧିକାରୀ ହେବା ସହିତ ପଦକ ଏବଂ ପ୍ରମାଣ ପତ୍ର ପାଇବାପରେ ଯୁବରାଜ ବହୁତ ଖୁସି ବୋଲି କହିବା ସହିତ ଏଥିପାଇଁ ମୁଁ ମୋ ପରିବାରକୁ ଶ୍ରେୟ ଦେବି ବେଲି କହିଛନ୍ତି।
ଏହି ପରିପ୍ରେକ୍ଷୀରେ ବାପା ରାଜ କୁମାର ରଥ କହିଛନ୍ତି ଏହା କୁନି କୁନି ବିଦ୍ୟାର୍ଥୀ ଙ୍କୁ ଉତ୍ସାହିତ କରିବା ସହିତ ଆତ୍ମବିଶ୍ୱାସ ବଢେଇବ । ଏତେ ଛୋଟ ବାଳକ ଯୁବରାଜ ଙ୍କ ଏହି ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳ ର ଜନସାଧାରଣ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣେଇଛନ୍ତି।
