ମାନବାଧିକାର ସୁରକ୍ଷା ସଂଘ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର।
ପୁରୀ :ଆଜି ତା ୫.୫.୨୫ରିଖ ମାନବାଧିକାର ସୁରକ୍ଷା ସଂଘ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଅଛି। ଚଳିତ ବର୍ଷ ଶ୍ରୀ ଅଲାରନାଥ ଙ୍କ ଅନବସର ମହୋତ୍ସବକୁ ଶୃଙ୍ଖଳିତ ଓ ବ୍ୟବସ୍ଥା ପୂର୍ଣ୍ଣ କରିବା ପାଇଁ ଦାବିପତ୍ର ରେ ଦର୍ଶାଯାଇଅଛି।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନବସର ସମୟରେ ଶ୍ରୀ ଅଲାରନାଥଙ୍କ ଦର୍ଶନ କଲେ କୋଟି ପୁଣ୍ୟ ପ୍ରାପ୍ତ ହୁଏ ବୋଲି ଲୋକମତ ଅଛି।ଏହି ଲୋକମତ ଅନୁସାରେ ପୁରୀ ବ୍ରହ୍ମଗିରି ସ୍ଥିତ ପ୍ରଭୁ ଅଲାରନାଥ ଙ୍କ ନିକଟକୁ ଅନବସର ସମୟରେ ଦୂରଦୂରାନ୍ତରୁ ବହୁଭକ୍ତ ଛୁଟି ଆସନ୍ତି ।କିନ୍ତୁ ଦୁଃଖର ବିଷୟ କିଛି ବ୍ୟକ୍ତି ଏହି ସମୟରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମନମାନି କରନ୍ତି ।ଫଳରେ ସାଧାରଣ ଜନତା ଏବଂ କଳାକାର ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ସାଂସ୍କୃତିକ କାର୍ଯ୍ୟକ୍ରମ କୁ କେବଳ ତହସିଲଦାର କିମ୍ବା ପରିଚାଳନା କମିଟି ନିୟନ୍ତ୍ରଣ କରନ୍ତୁ।ଶୃଙ୍ଖଳିତ ଦର୍ଶନ ନିମନ୍ତେ ସ୍ବେଚ୍ଛାସେବୀ, ପରିଚାଳନା କମିଟି ଓ ତହସିଲଦାରଙ୍କ ଉଦ୍ଧେଶ୍ୟରେ ହେଉଥିବା ପାସ କୁ ବିଭାଗୀ କରଣ କରାଯାଉ।

ଉପଯୁକ୍ତ ବ୍ୟକ୍ତି ଙ୍କୁ ପାସ ବ୍ୟବହାର କରାଯାଉ ଯେମିତିକି ପାସ ର ଅପବ୍ୟବହାର ନହୁଏ।ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରୁଥିବା କଳାକାର ପ୍ରତିନିଧି ମାନଙ୍କୁ ବୈଠକରେ ଅନ୍ତର୍ଭୁକ୍ତ କରାଯାଉ।ଯେଉଁବ୍ୟକ୍ତି ମାନେ ବିଭ୍ରାନ୍ତିକର ପରିବେଶ ସୃଷ୍ଟି କରୁଛନ୍ତି ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବା ପାଇଁ ସଙ୍ଘ ପକ୍ଷରୁ ଦାବିପତ୍ର ରେ ଜିଲାପାଳ ଙ୍କୁ ଦର୍ଶାଯାଇଅଛି।ମନୋଜ କୁମାର ବଳୀୟାରସିଂ,ପୁରୀ
