ମାନସିକ ରଥର ଶୁଭ ଉଦଘାଟନ କଲେ ଡାକ୍ତର
ଗଣିଆ,(ବିଶ୍ୱରଂଜନ ସେଠି.) ସୋମବାରଦିନ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମାନସିକ ରଥର ଉଭ ଉଦଘାଟନ ହୋଇଯାଇଛି । ଡାକ୍ତର ପ୍ରଭାକର ଦାଶ ସବୁଜ ପତାକା ଦେଖାଇ ଏହାର ଶୁଭ ଉଦଘାଟନ କରିଛନ୍ତି । ଏହି ରଥ ଗଣିଆ ବ୍ଳକର ୮ଗୋଟି ପଂଚାତର ପ୍ରତ୍ୟେକ ଗ୍ରାମକୁ ଗ୍ରାମ ବୁଲି ସୁଚେତନ କରୁଛି । ମାନସିକ ସ୍ୱସ୍ଥ୍ୟ ହେଉଛି ମାନସିକ ସୁସ୍ଥତାର ସ୍ତର କିମ୍ବା ମାନସିକ ରୋଗର ଅନୁପସ୍ଥିତିକୁ ସୁଚାଇଥାଏ । ସକରାତ୍ମକ ମନୋବିଜ୍ଞାନ ଦୃଷ୍ଟିରୁ ମାନସିକ ସ୍ୱାସ୍ଥ୍ୟ ଜଣେ ବ୍ୟକ୍ତିିଙ୍କର ଜୀବନକୁ ଉପଭୋଗ କରିବାର କ୍ଷମତା ଅନ୍ତର୍ଭୁକ୍ତ କରିପାରେ । ଜୀବନ କାର୍ଯ୍ୟକଳାପ ଓ ମାନସିକ ସ୍ଥିରତା ହାସଲ ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ଜଣେ ମାନସିକ ସ୍ୱାସ୍ଥ୍ୟକୁ କିଭଳି ବ୍ୟାଖା କରେ ତା ସାଂସ୍କୃତିକ ପାର୍ଥକ୍ୟ ମୂଲ୍ୟାଙ୍କନ ଏବଂ ପ୍ରତିଯୋଗୀ ବୃତିଗତ ତତ୍ୱ ଗୁଡ଼ିକ ଦ୍ୱାରା ପ୍ରଭାପିତ ହୋଇଥାଏ । ବିଶେଷକରି ଯୁବ ପିଢୀଙ୍କ ମଧ୍ୟରେ ମାନସିକ ଚାପ ବଢୁଛି । ସାଧାରଣ ଭାବେ ଓଡ଼ିଶାରେ ୧୮ରୁ ୪୫ ବର୍ଷ ବୟସରେ ୬୦% ପିଲାମାନେ ମାନସିକ ଚାପରୁ ଦୁରରେ ରହିବା ପାଇଁ ଟେଲି ମାନସର ସହାୟତା ନେଉଛନ୍ତି । ଏହା ସହିତ ୭୦% ପୁରୁଷ ଏହା କବଜାରେ ପଡ଼ିଛନ୍ତି । ଏଥିପାଇଁ ସରକାର ଯେପରି ଅତ୍ୟଧିକ ଚିନ୍ତା, ଅବସାଦ, ଆତ୍ମହତ୍ୟା, ଭାବନା, ପରୀକ୍ଷା ଭୟ ଓ ଆଚରଣ ସମସ୍ୟାରେ ଚାପ ଦିନକୁ ଦିନ ନବଢିବ ସେ ନେଇ ସରକାରଙ୍କର ଏ ଅଭିନବ ପ୍ରୟାସ ।
