ମା ଦକ୍ଷିଣକାଳୀ ଚ୍ୟଲେଞ୍ଜ କ୍ଲବ୍ ଘୋଳ।ହାଣ୍ଡି କ୍ରିକେଟ କ୍ଲବ୍ ବିଜୟୀ

ଗଣିଆ-(ବିଶ୍ୱରଂଜନ ସେଠୀ) ଗଣିଆ ବ୍ଲକ ସ୍ଥିତ ଦଙ୍କାରିସାହି ମା ଦକ୍ଷିଣକାଳୀ ଚ୍ୟାଲେଞ୍ଜ କ୍ରିକେଟ୍ କପ୍ର ତୃତୀୟ ଦିବସ ମ୍ୟାଚ୍ ରେ ରାଉତପଡା କ୍ରିକେଟ ଟିମ୍ ବନାମ ଘୋଳାହାଣ୍ଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା!ପ୍ରଥମେ ରାଉତ ପଡ଼ା ଟିମ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଏବଂ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 12 ଓଭର ରେ 8 ଗୋଟି ୱିକେଟ ବିନିମୟ ରେ 137ରନ୍ କରିବାରେ ସକ୍ଷମ ହୋଇଥିଲା। !ଜବାବରେ ଘୋଳାହାଣ୍ଡି ଦଳ 11.2 ଓଭର ରେ 7ୱିକେଟ ହରାଇ 140 କରି ବିଜୟ ହାସଲ କରିଥିଲା!ଆଜିର ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଡଙ୍କାରୀସାହି ଗ୍ରାମ୍ୟ କମିଟି ର ସଭାପତି ଶ୍ରୀ ସୁବାଷ ଚନ୍ଦ୍ର ପଣ୍ଡା ଏବଂ ସଭ୍ୟ ମାନେ ଉପସ୍ଥିତି ରହି ଖେଳକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ! ଆଜିର ମ୍ୟାଚ ରେ ଶ୍ରୀକାନ୍ତ ମନ୍ଥନ ଏବଂ ଅଖିଳ ନାୟକ ଖେଳ ପରିଚାଳନା କରିଥିଲେ ଏବଂ ମା ଦକ୍ଷିଣକାଳୀ କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ! ଆସନ୍ତାକାଲି ର ମ୍ୟାଚ ଆୟୋଜକ ଡଙ୍କାରୀସାହି ବନାମ ରାଣୀଭୂଇଁ ଏବଂ ମଧ୍ୟଖଣ୍ଡ ବନାମ ନିମ ପାଟଣା ମଧ୍ୟରେ ଖେଳାଯିବ ବୋଲି ଆୟୋଜକ ଟିମ ପକ୍ଷରୁ ସୂଚନା ମିଳିଛି ।