ମା’ ଦୁଆରସୁଣୀ କପ କ୍ରିକେଟ ଟୁର୍ଣ୍ଣାମେଂଟର ପାଇନାଲରେ ଗୁରୁ-୧୧କୁ ହରାଇ କାଦୁଆ ଚାମ୍ପିୟାନ

ଗଣିଆ,(ବିଶ୍ୱରଂଜନ ସେଠି) ମା’ ଦୁଆରଶୁଣୀ କ୍ରିକେଟ କ୍ଳବ, ଗଣିଆ ଆନୁକୁଲ୍ୟରେ ଚାଲିଥିବା ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟ ରବିବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ଗୁରୁ-୧୧ ବନାମ କାଦୁଆ କ୍ରିକେଟ କ୍ଳବ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଉଇନ କରି ଗୁରୁ-୧୧, ୧୦ ଓଭରରେ ୮ ଉଇକେଟ ହରାଇ ୪୮ ରନ କରିଥିଲେ । ଜବାବରେ କାଦୁଆ କ୍ରିକେଟ କ୍ଳବ ୫ ଓଭରରେ ୨ ଉଇକେଟ ହରାଇ ୪୯ରନ କରି ବିଜୟୀ ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଗଣିଆ ବିଜେପି ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ଗଣିଆ ସରପଂଚ ଗିରିଧାରୀ ସେଠୀ, ସମିତିସଭ୍ୟ ଫକୀର ମୋହନ ଡାକୁଆ, ଡା. ଜିତେନ କୁମାର ଜେନା, ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଖିଳ କୁମାର ହୋତା, ନୂଆଗାଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ସାହୁ, ପିଏମଶ୍ରୀ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସମୀର କୁମାର ସାହୁ, ଗଣିଆ ବ୍ଳକ ବିଜେପି ମଣ୍ଡଳ ଉପସଭାପତି ଭାଗିରଥି ଗଡ଼ନାୟକ ଯୋଗଦାନ କରିଥିଲେ । କାଦୁଆ କ୍ରିକେଟ କ୍ଳବର ଭିକିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ଗୁରୁ-୧୧ ଦିପକଙ୍କୁ ମ୍ୟାନ ଅଫ ଦି ସିରିଜ ଟ୍ରଫି ପ୍ରଦାନ କରାଯାଇଥିଲା । ଖେଳକୁ ପରିଚାଳନା କରିଥିଲେ ରାମକୃଷ୍ଣ ପଣ୍ଡା ଓ ବିଶ୍ୱଜିତ ଦାଶ । ମୁଖ୍ୟ ଅତିଥି ଉଭୟ ଚମ୍ପିଆନ ଓ ରନର୍ସଅପଙ୍କୁ ଟ୍ରଫି ପ୍ରଦାନ କରିଥିଲେ ।