-ମା ମଙ୍ଗଳା ଙ୍କୁ ଦର୍ଶନ କରିବା ସହ ସୁଭଦ୍ରା ଶକ୍ତି ସମାରୋହ ଓ ସେବା କେନ୍ଦ୍ରରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ ।
ଆଜି ବୈଶାଖ ମାସ ପ୍ରଥମ ମଙ୍ଗଳବାର ପାଞ୍ଚ ପାଳି ଯାତ୍ରାର ଶେଷ ଦିନରେ ମା ମଙ୍ଗଳାଙ୍କୁ ଦର୍ଶନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପରେ କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ସୁଭଦ୍ରା ଶକ୍ତି ସମାରୋହ ଓ ସେବା କେନ୍ଦ୍ର କାର୍ଯ୍ୟକ୍ରମ ରେ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ଆୟୋଜିତ କାର୍ଯ୍ୟକ୍ରମ ରେ ବିଭିନ୍ନ ହସ୍ତଶିଳ୍ପ ଷ୍ଟଲ ପରିଦର୍ଶନ ସହ ଲକ୍ଷଦିଦି କିପରି ସ୍ୱାବଲମ୍ବି ହୋଇପାରିବେ ସେ ବିଷୟରେ ଉପସ୍ଥିତ ମହିଳାଙ୍କୁ ବୁଝାଇଥିଲେ ।

ରାଜ୍ୟସରକାରଙ୍କ ପକ୍ଷରୁ ମହିଳା ମାନଙ୍କୁ କିପରି ନିଜ ଗୋଡରେ ଠିଆ ହେବେ ସେଥିପାଇଁ ରାଜ୍ୟ ସରକାର ଚେଷ୍ଟା କରୁଥିବା ମତ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଶତାଧିକ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏଥିରେ କାକଟପୁର ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ ସହ କାକଟପୁର ବ୍ଳକ ଚେୟାରମ୍ୟାନ ଉପସ୍ଥିତ ଥିଲେ ପୁରୀରୁ ପ୍ରକାଶ

