ମିଲେଟ ଟିଫିନ ସେଂଟର ଓ ଜୈବିକ ଖତ ପ୍ରସ୍ତୁତି କେନ୍ଦ୍ର ଉଦଘାଟନ
ଗଣିଆ (,ବିଶ୍ୱରଂଜନ ସେଠି) ଶୁକ୍ରବାର ଜିଲା ମୁଖ୍ୟ କୃଷି ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଆତ୍ମା ସହାୟତାରେ ଶ୍ରୀ ଅନ୍ନ ଯୋଜନା ମାଧ୍ୟମରେ ଗଣିଆ ବ୍ଳକରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଣିଆ ଉନ୍ନୟନ କମିଟି ଦ୍ୱାରା ୨ଗୋଟି ମିଲେଟ ଟିଫିନ ସେଂଟର ଓ ୨ଗୋଟି ଜୈବିକ ଖତ ପ୍ରସ୍ତୁତି କେନ୍ଦ୍ର ଉଦଘାଟନ ହୋଇଯାଇଛି । ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲା ମୁଖ୍ୟ କୃଷି ଅଧିକାରୀ ସୁମନ ସିଂ ପଟନାୟକ ଯୋଗଦାନ କରିଥିବାବେଳେ ମୁଖ୍ୟବକ୍ତାଭାବେ ଜିଲା ଶ୍ରୀଅନ୍ନ ଅଭିଯାନ ଅଧିକାରୀ ନଭେସ ପଟନାୟକ, ଓ ସମ୍ମାନ୍ଖଚ୍ଛ ଅତିଥିଭାବେ ବ୍ଳକ କୃଷି ଅଧିକାରିଣୀ ମୋନାଲିସା ବେହେରା ଯୋଗଦାନ କରିଥିଲେ । ଗଣିଆ ବଜାର ଉପରେ ଗ୍ରାମ୍ୟ ମହିଳା ବିକାଶ କେନ୍ଦ୍ର, ଗଣିଆ ଓ ହାଟ ପଡ଼ିଆ ମଧ୍ୟରେ ମା’ ମହାମାୟୀ ସ୍ୱୟଂ ସହାୟକ ଗୋଷ୍ଠୀ ଇନ୍ଦିପଟା ମିଲେଟ ଟିଫିନ ସେଂଟର ପରିଚାଳନା କରୁଥବାବେଳେ ମା’ ସୁଭଦ୍ରା ସ୍ୱୟଂ ସହାୟକ ଗୋଷ୍ଠୀ ହଟିଆପଲ୍ଲୀ ଓ ପିତାବଳୀ ସ୍ୱୟଂ ସହାୟକ ଗୋଷ୍ଠୀ କାଦୁଆ ଜୈବିକ ଖତ ପ୍ରସ୍ତୁତି କେନ୍ଦ୍ରର ପରିଚାଳନା ଦାୟିତ୍ୱ ନେଇଛନ୍ତି ।

୪ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ୪୦ଜଣ ମହିଳାଙ୍କୁ ନେଇ ଗଣିଆ ଉନ୍ନୟନ କିମିଟି ସଭାଗୃହରେ ମିଲେଟ ମିଶନ ଟିଫିନ ସେଂଟର ପରିଚାଳନା, ଓ ଜୈବିକ ଖତ ପ୍ରସ୍ତୁତି ସଂପର୍କୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ଲଘୁଶସ୍ୟଗୁଡ଼ିକର ଗୁଣବତା, ପୃଷ୍ଟିତତ୍ୱ ଏବଂ ମଣିଷ ଶରୀର ପାଇଁ ଉପାଦେୟତା ସଂପର୍କରେ ବୁଝାଇଥିଲେ । ଲଘୁଶସ୍ୟ ଗୁଡ଼ିକ ସଂପୁର୍ଣ୍ଣ ଜୈବିକ ପଦ୍ଧତିରେ ଚାଷପାଇଁ ବିଭିନ୍ନ ଜୈବିକ ଖତ ପ୍ରସ୍ତୁତି ଯଥା ବିଜାମୃତ, ଜୀବମୃତ, ହାଣ୍ଡିଖତ, ବ୍ରହାତ୍ସ୍୍ର, ନିମାସ୍ତ୍ର୍ର ଆଦି ପ୍ରସ୍ତୁତ ସଂପର୍କରେ ବୁଝାଇଥିଲେ । ପରିଶେଷରେ ଗଣିଆ ଉନ୍ନୟନ କମିଟିର ସଂପାଦକ ଆନନ୍ଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

