ମୁଁ ଅସୁନ୍ଦର ଦେଖାଯିବି ଏବଂ କେହି ମୋ ସହ ଡେଟ୍ କରିବେ ନାହିଁ।
ଟିଭି ଇଣ୍ଡଷ୍ଟ୍ରିର ଆଗଧାଡିର ନାୟିକା ଶ୍ୱେତା ତିୱାରୀ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି।ଝିଅ ପଲକ ଏବଂ ପୁଅ ରେୟାନ୍ସକୁ ମଧ୍ୟ ଶ୍ୱେତା ସିଙ୍ଗଲ୍ ମଦର୍ ଭାବେ ଭଲ ସଂସ୍କାର ଦେଇ ଲାଳନପାଳନ କରୁଛନ୍ତି। ପଲକ ଏବେ ବଲିଉଡ୍ରେ ପାଦ ଦେଇଛନ୍ତି। ତାଙ୍କୁ ସଲମାନ ଖାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନରେ ଦେଖିବାକୁ ମିଳିଥିଲା।
ନିକଟରେ ଏକ ସାକ୍ଷାତକାରରେ ପଲକ ନିଜ ମା’ଙ୍କ ବିଷୟରେ ଅନେକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ୧୫-୧୬ ବର୍ଷ ବୟସରେ ମୋର ପ୍ରେମିକ ଥିଲେ। ସେମାନଙ୍କ ସହ ମଲ ଯାଉଥିଲି। ଥରେ ମା’ଙ୍କୁ ତଳ ମହଲାକୁ ଯାଉଛି କହି ମଲ୍ ପଳାଇଥିଲି। ମା’ ସେତେବେଳେ ସହରରେ ନ ଥିଲେ। ତେଣୁ ମୁଁ ଭାବିଲି ସେମାନେ ଜାଣିବେ ନାହିଁ। କିନ୍ତୁ ମୁଁ ମଲକୁ ଯିବା ମା’ ଜାଣି ଦେଇଥିଲେ। ସେ ରାଗରେ ଗାଁକୁ ପଠାଇଦେବେ ବୋଲି କହିଲେ। ସେ ସବୁବେଳେ ମୋ କେଶ କାଟିଦେଉଥିଲେ। ଏହାଦ୍ୱାରା ମୁଁ ଅସୁନ୍ଦର ଦେଖାଯିବି ଏବଂ କେହି ମୋ ସହ ଡେଟ୍ କରିବେ ନାହିଁ।
