ମୁମ୍ବାଇରେ ଗ୍ରାଣ୍ଡ ରିସେପଶନ ପାର୍ଟି ଦେବେ ରଣଦୀପ
ବଲିଉଡ ଅଭିନେତା ରଣଦୀପ। ନିକଟରେ ସେ ତାଙ୍କ ଦୀର୍ଘଦିନର ଗର୍ଲଫ୍ରେଣ୍ଡ ଲିନ ଲ୍ୟାଶରାମକୁ ବିବାହ କରିଥିଲେ। ବର୍ତ୍ତମାନ ଦମ୍ପତିଙ୍କ ବିବାହ ରିସେପଶନ ବିଷୟରେ ଅପଡେଟ ଖବର ସାମ୍ନାକୁ ଆସିଛି। ଅଭିନେତା ବିବାହ ପରେ ମୁମ୍ବାଇରେ ଏକ ବିଶାଳ ରିସେପଶନ ପାର୍ଟି ଦେବାକୁ ଯାଉଛନ୍ତି। ପତ୍ନୀଙ୍କ ସହ ସେ ତାଙ୍କ ଚଳଚ୍ଚିତ୍ର ତାରକା ବନ୍ଧୁମାନଙ୍କୁ ଏହି ପାର୍ଟିକୁ ନିମନ୍ତ୍ରଣ କରିବାର ଯୋଜନା ରଖିଛନ୍ତି। ୧୧ ଡିସେମ୍ବରରେ ଅଭିନେତାଙ୍କ ବିବାହ ରିସେପଶନ ଅନୁଷ୍ଠିତ ହେବାକୁ ଯାଉଛି।
ଇଣ୍ଡଷ୍ଟ୍ରିର ବଡ ତାରକା ଏଥିରେ ଭାଗ ନେବାକୁ ଯାଉଛନ୍ତି।ଏହି ବଲିଉଡ ତାରକା ମଣିପୁରରେ ବିବାହ ପରେ ଏକ ପାର୍ଟିର ଆୟୋଜନ କରିଥିଲେ। ସୋସିଆଲ ମିଡିଆରେ ଏହାର ଫଟୋ ମଧ୍ୟ ସେୟାର କରିଥିଲେ। ରଣଦୀପ ଏବଂ ଲିନ ଏକାଠି କେକ କାଟୁଥିବାର ଦେଖିବାକୁ ମିଳିଥିଲା। ଏବେ ଏହି ଦମ୍ପତି ମୁମ୍ବାଇରେ ହେବାକୁ ଥିବା ବିବାହ ରିସେପଶନ ପାଇଁ ପ୍ରସ୍ତୁତି କରୁଛନ୍ତି। ନବ ବିବାହିତ ଦମ୍ପତିମାନେ ଏଥିପାଇଁ କାର୍ଡ ପଠାଇବା ଆରମ୍ଭ କରି ଦେଇଛନ୍ତି। ତେବେ ରିସେପ୍ସନ ଭେନ୍ୟୁ ଏପର୍ଯ୍ୟନ୍ତ ଜଣାପଡିନାହିଁ।
