ମୃତ୍ୟୁ ପୂର୍ବରୁ ଏହି ବ୍ୟକ୍ତିଙ୍କୁ କଲ୍ କରିଥିଲେ ଅଜିତ ପାୱାର
ମହାରାଷ୍ଟ୍ରର ବାରାମତୀରେ ଘଟିଥିବା ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ଜୀବନ ଯାଇଥିଲା। ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ମୁଖ୍ୟ ଥିଲେ। ଏବେ ମୃତ୍ୟୁ ଘଟଣାର ତଦନ୍ତ ଚାଲିଛି । ଏହି ସମୟରେ ସାମ୍ନାକୁ ଆସିଛି ଦୁର୍ଘଟଣା ପୂର୍ବରୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମୁଖ୍ୟଙ୍କ ଶେଷ ମୋବାଇଲ୍ ଫୋନ୍ କଥାବାର୍ତ୍ତାର ଏକ ଅଡିଓ କ୍ଲିପ୍ । ଯେଉଁଥିରେ ଅଜିତ ପାୱାରଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ।ଏକ ଭାଇରାଲ ଅଡିଓ କ୍ଲିପ ଦାବି କରୁଛି ଯେ, ବାରାମତୀ ବିମାନ ଦୁର୍ଘଟଣା ପୂର୍ବରୁ ବିମାନରେ ବସିଥିବା ସମୟରେ ଅଜିତ ପାୱାର ତାଙ୍କ ଭଣଜା ଶ୍ରୀଜିତ ପାୱାରଙ୍କ ସହ କଥା ହୋଇଥିଲେ। ମହାରାଷ୍ଟ୍ର ଜିଲା ପରିଷଦ ନିର୍ବାଚନକୁ ଉଲ୍ଲେଖ କରି ସେ କହିଛନ୍ତି ଯେ, ସେ ପ୍ରତ୍ୟେକ ବର୍ଗ ଏବଂ ସମ୍ପ୍ରଦାୟକୁ ସାଙ୍ଗରେ ନେବେ ଏବଂ ତାଙ୍କ ଦଳରେ ଏହା ହେବା ଉଚିତ।
ମହାରାଷ୍ଟ୍ରର ସ୍ବର୍ଗତ ଉପମୁଖ୍ୟମନ୍ତ୍ରୀ ଅଜିତ ଦାଦା ପାୱାର ତାଙ୍କ ଶେଷ ମୁହୂର୍ତ୍ତରେ ଶେଷ ଥର ପାଇଁ ତାଙ୍କ ଭଣଜାଙ୍କ ସହ କଥା ହୋଇଥିଲେ। କାଟେୱାଡିର ବାସିନ୍ଦା ଅଜିତ ପାୱାରଙ୍କ ସହ ଏହି ଆଲୋଚନା ସ୍ପଷ୍ଟ କରୁଛି, ସେ ଶେଷ ପର୍ଯ୍ୟନ୍ତ ସମସ୍ତ ଜାତି ଏବଂ ସମ୍ପ୍ରଦାୟକୁ ଏକାଠି କରିବା ପାଇଁ ତାଙ୍କର ପ୍ରତିବଦ୍ଧତାରେ ଅଟଳ ରହିଥିଲେ।
