ମୋଦିଜୀଙ୍କୁ ଭୋଟ ଦିଅନ୍ତୁ, ରାଜ୍ୟରେ ବିକାଶର ବର୍ଷା ହେବ

ଚଳିତ ନିର୍ବାଚନରେ କେନ୍ଦ୍ର ବିଜେପି ନେତାମାନେ ବାରମ୍ବାର ଆସି ଓଡିଶାରେ ିର୍ବାଚନ ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ବିଜେପିରେ ଫାୟାରବ୍ରାଣ୍ଡ ନେତ୍ରୀ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ କେନ୍ଦ୍ରାପଡା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । କେନ୍ଦ୍ର ସରକାର ଓଡିଶାକୁ ବିଭିନ୍ନ ଯୋଜନାରେ ଦେଉଥିବା ଆର୍ଥିକ ଅନୁଦାନ କୁଆଡେ ଗଲା ବୋଲି ପ୍ରଶ୍ନ କରିବା ସହ ଏଥର ରିମୋର୍ଟ କଣ୍ଟ୍ରୋଲ ସରକାରକୁ ହଟାନ୍ତୁ ବୋଲି ଭୋଟର ମାନଙ୍କୁ ବକ୍ତବ୍ୟରେ କହିଥିଲେ।

ବିଜେପି ଆସିଲେ ରତ୍ନଭଣ୍ଡାର ଚାବି ଚୋରୀର ତଦନ୍ତ ହେବା ସହ ମାଗଣା ସୋଲାର ବିଜୁଳି ଓ ସୁଭଦ୍ରା ଯୋଜନାର ସୁଫଳ ଘରେ ଘରେ ପହଞ୍ଚିବ ବୋଲି ସୂଚନା ଦେଇଥିଲେ। ଏହି ସଭାରେ ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ଓ ପାରାଦୀପ ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ ଙ୍କ ସହ ଦଳର ବହୁବରିଷ୍ଠ କର୍ମକର୍ତାମାନେ ଉପସ୍ଥିତ ରହି ବିଜେପିକୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଗରିବ ଲୋକଙ୍କୁ ଘର ଦେଉଛନ୍ତି, ଚାଉଳ ଦେଉଛନ୍ତି, ଲକ୍ଷେ ୬୦ହଜାର ଘରକୁ ପାଣି ଯୋଗାଇଛନ୍ତି। ଏହାଛଡ଼ା କିଷାନ୍ ସମ୍ମାନନିଧି ବାବଦରେ ପ୍ରତି କୃଷକଙ୍କ ଖାତାକୁ ସିଧାସଳଖ ୬ ହଜାର ଟଙ୍କା ପଠାଉଛନ୍ତି। ଏଣୁ ବିଜେପିକୁ ଭୋଟ ଦେଇ ବିଜୟୀ କରିବାକୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ନିବେଦନ କରିଛନ୍ତି।

You might also like