ମୋହନା ପ୍ରେସ କ୍ଳବ୍ ପକ୍ଷରୁ ଦେବର୍ଷି ନାରଦ ଜୟନ୍ତୀ ପାଳନ ।

– ଗଜପତି ଜିଲ୍ଲା ମୋହନା ପ୍ରେସ କ୍ଳବ କାର୍ଯ୍ୟାଳୟରେ ଦେବର୍ଷି ନାରଦ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ମୁଖ୍ୟବକ୍ତା ଭାବେ ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା, ସମ୍ମାନିତ ଅତିଥି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଜିତ ସାହୁ, ହିଲଟପ କଲେଜ ଅଧ୍ୟାପକ ଏସ. ରମେଶ, ମୋହନା ଥାନା ଏସଆଇ ବିଏନ ରେଡ୍ଡୀ, ସରପଞ୍ଚ ସୁନିତା ମଲିକ, ଓକିଲ ସଂଘ ଉପ ସଭାପତି ସିମାଞ୍ଚଳ କାର୍ଜି ପ୍ରମୁଖ ଯୋଗଦେଇଥିଲେ l

ଦେବର୍ଷି ନାରଦ ନିର୍ଭିକ ଓ ସତ୍ୟନିଷ୍ଠ ଥିଲେ l ସତ୍ୟ, ତ୍ରେତୟl, ଦ୍ୱାପର ଯୁଗରେ ତ୍ରିଭୁବନର ସବୁ ସ୍ଥାନରେ ପରିଭ୍ରମଣ କରି ଦେବ, ଦାନଵ ସମସ୍ତ ଙ୍କ ଠାରେ ପହଞ୍ଚି ଖବର ପରିବେଷଣ କରୁଥିଲେ l ଦେବର୍ଷି ନାରଦ ହେଉଛନ୍ତି ଆଦ୍ୟ ସାମ୍ବାଦିକ l ତେଣୁ ସେ ହେଉଛନ୍ତି ସାମ୍ବାଦିକତାର ପ୍ରତୀକ ତଥା ସାମ୍ବାଦିକଙ୍କ ଆଦର୍ଶ ଅଟନ୍ତି l ତେଣୁ ଦେବର୍ଷି ନାରଦଙ୍କ ଆଦର୍ଶରେ ଅନୁ୍ପ୍ରାଣିତ ହୋଇ ସମସ୍ତ ସାମ୍ବାଦିକ କାର୍ଯ୍ୟ କରିବାଜୁ ଅତିଥି ମାନେ ପରାମର୍ଶ ଦେଇଛନ୍ତି l ପ୍ରେସ କ୍ଳବ ସମ୍ପାଦକ ବାବୁଲା ସେଠିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ଲକ୍ଷ୍ମଣ ଚୌଧୁରୀ, ଉପଦେଷ୍ଟା ପଞ୍ଚାନନ ଦାସ,ବାଦଲ ବେହେରା, ବରିଷ୍ଠ ସଦସ୍ୟ ସୁମନ ପଟନାୟକ, ଅଂଶୁମାନ ପଣ୍ଡା, ଉପ ସଭାପତି ନୃସିଂହନାଥ ପୂଜାରୀ, ସହ ସମ୍ପାଦକ ମୋଜେସ ରଇତ, କୋଷାଧକ୍ଷ ବିମଳ ମଲ୍ଲିକ, ସଦସ୍ୟ ଧୀରେନ୍ଦ୍ର ନାୟକ, ପ୍ରମୋଦ ଦୋରା, ଦିପୁନ ମଲିକ ଓ ଆଇନ ପରାମର୍ଶଦାତା ଦୁର୍ଯ୍ୟୋଧନ କରଡ଼ା ପ୍ରମୁଖ ଉପସ୍ଥିତ ଥିଲେ l

You might also like