ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ.ବିଶ୍ୱ ପରିବେଶ ଦିବସ- ସୁଖ ଓ ସୁସ୍ଥ ଜୀବନ ପାଇଁ ପ୍ରକୃତି ଏବଂ ପରିବେଶର ସୁରକ୍ଷା ଆବଶ୍ୟକ ।
ଗଣିଆ: ( ବିଶ୍ୱରଂଜନ ସେଠି) ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏଇ ପରିପ୍ରେକ୍ଷୀରେ ଗୁରୁବାର ଦିନ ପୂର୍ବାହ୍ନ ସମୟରେ ଗଣିଆ ସ୍ଥିତ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଅଛି । ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷା ସଳିତା ସେଠୀଙ୍କ ଅଧ୍ୟକ୍ଷତା ଏଇ କାଯ୍ୟକ୍ରମରେ ସଂସ୍କୃତ ବିଭାଗର ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ବଘାର, ଇତିହାସ ବିଭାଗର ଅଧ୍ୟାପକ ତାରିଣୀ ପ୍ରସାଦ ଆଚାର୍ଯ୍ୟ,
ଖେଳ ଶିକ୍ଷକ ଶେଷଦେବ ରାଉତ, କର୍ମଚାରୀ ଭରତ ଚନ୍ଦ୍ର ସାହୁ, ଜମ୍ବେଶ୍ଵର ବସ୍ତି, ଜଗନ୍ନାଥ ମିଶ୍ର, ଚତୁର୍ଭୁଜ ବେହେରାଙ୍କ ସମେତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସୁପରିଚାଳନା କରିଥିଲେ
ଏହି ସଚେତନତା ଶିବିରରେ ପ୍ରଥମେ ବୃକ୍ଷରୋପଣ କରାଯାଇ ବୃକ୍ଷର ମାହାତ୍ମ୍ୟ ବିଷୟରେ ଆଲୋକପାତ କରାଯାଇଥିଲା । ଏହାପରେ ସଚେତନତା କାର୍ଯ୍ୟକ୍ରମ ଜରିଆରେ ପରିବେଶ ପ୍ରଦୂଷଣ, ପ୍ରତିକାର ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା ।

ଜଙ୍ଗଲକୁ ସୁରକ୍ଷିତ ରଖିବା, ବହୁଳ ପରିମାଣରେ ବୃକ୍ଷରୋପଣ କରିବା ତଥା ବନ୍ୟଜନ୍ତୁମାନଙ୍କୁ ସୁରକ୍ଷିତ ଏବଂ ନିରାପଦରେ ରଖିବା ଏହି ସଚେତନତା କାର୍ଯ୍ୟକ୍ରମ ଜରିଆରେ ଆଲୋଚନା କରାଯାଇଥିବା ବେଳେ ଏଭଳି ଏକ କାଯ୍ୟକ୍ରମକୁ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିବାରୁ ଅଧକ୍ଷା ଶ୍ରୀମତୀ ସେଠି
ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ
