ରଶ୍ମିକାଙ୍କ ଡିପ୍‌ଫେକ୍‌ ଭିଡିଓ ମାମଲାରେ ଦିଲ୍ଲୀ ପୋଲିସ୍‌କୁ ମିଳିଲା କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ

ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଡିପଫେକ ଭିଡିଓ ବିଷୟରେ ଦିଲ୍ଲୀ ପୋଲିସ କହିଛି ଯେ ଏହି ଭିଡିଓ ସହ ଜଡିତ ମାମଲାର ତଦନ୍ତରେ ସେମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି ଏବଂ ବୈଷୟିକ ବିଶ୍ଳେଷଣ ମାଧ୍ୟମରେ ଏହାର ଯାଞ୍ଚ କରାଯାଉଛି। ଜଣେ ଅଧିକାରୀ କହିଛନ୍ତି ଯେ ବୈଷୟିକ ବିଶ୍ଳେଷଣର ଏକ ଅଂଶ ଭାବରେ ଅଧିକାରୀମାନେ ସମସ୍ତ ଆଇପି ଠିକଣା ଚିହ୍ନଟ କରୁଛନ୍ତି । ଯେଉଁଠାରୁ ଭିଡିଓ ଅପଲୋଡ୍ ହୋଇଛି ଏବଂ କେଉଁଠାରୁ ଭିଡିଓ ପ୍ରଥମେ ଅପଲୋଡ୍ ହୋଇଥିଲା। ସେହି ଠିକଣା ଖୋଜିବାକୁ ଚେଷ୍ଟା କରୁଛି।ଡେପୁଟି କମିଶନର ହେମନ୍ତ ତିୱାରୀ କହିଛନ୍ତି ଯେ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି ଏବଂ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ।

ନଭେମ୍ବର ୧୧ରେ, ଦିଲ୍ଲୀ ମହିଳା କମିଶନ ନଗର ପୋଲିସକୁ ନୋଟିସ ପଠାଇବା ପରେ ଦିଲ୍ଲୀ ପୋଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ଷ୍ଟ୍ରାଟେଜିକ ଅପରେସନ (ଆଇଏଫଏସଓ) ଏହି ଘଟଣାରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ କରିଥିଲା।‘ଡିପ୍‌ ଫେକ୍‌’ ଟେକ୍ନୋଲୋଜି ହେଉଛି ଶକ୍ତିଶାଳୀ କମ୍ପ୍ୟୁଟର ବ୍ୟବହାର କରି ଭିଡିଓ, ଫଟୋ ଏବଂ ଅଡିଓକୁ ମନିପ୍ୟୁଲେଟ୍ କରିବାର ଏକ ପଦ୍ଧତି । ଏହାପୂର୍ବରୁ କେନ୍ଦ୍ର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଗୁରୁବାର ଦିନ ‘ଡିପ୍‌ ଫେକ୍‌’ ପ୍ରସଙ୍ଗରେ ସୋସିଆଲ ମିଡିଆ ପ୍ଲାଟଫର୍ମର ପ୍ରତିନିଧୀଙ୍କୁ ଭେଟିଥିଲେ। କହିବାକୁ ଗଲେ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ରଶ୍ମିକା ମନ୍ଦନାଙ୍କ ଏହି ଭିଡିଓ ବାହାରକୁ ଆସିବା ପରେ ଚିନ୍ତା ପ୍ରକଟ କରିଥିଲେ।

Leave a comment