ରାଉତପଡ଼ା ସଂପର୍କ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟକିଶୋରପ୍ରସାଦ ଓ ସାଗର ବିଜୟୀ
ଗଣିଆ -(ପି ଏନ ଏସ୍/ ୩୧/୦୧)ରାଉତପଡା ଗ୍ରାମରେ ସମ୍ପର୍କ କ୍ଲବ ଅନୁଷ୍ଠାନ ଆନୁକୁଲ୍ୟରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସରେ ଦୁଇଗୋଟି ମ୍ୟାଚ୍ ହୋଇଥିଲା । ପ୍ରଥମ ମ୍ୟାଚରେ କିଶୋର ପ୍ରସାଦ ଓ ଏକଡାଳ ପରସ୍ପର ସହିତ ପ୍ରତିଦ୍ବନ୍ଦିତା କରିଥିଲେ । ପ୍ରଥମ ମ୍ୟାଚରେ ଏକଡାଳ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ନିର୍ଦ୍ଧାରିତ ୧୦ ଓଭରରେ ୬ ଗୋଟି ୱିକେଟ ହରାଇ ମାତ୍ର ୭୮ ର ବିଜୟ ଲକ୍ଷ୍ୟ ଦେଇଥିଲା । କିଶୋର ପ୍ରସାଦ ୫ ଓଭର୍ ମଧ୍ୟରେ ବିଜୟ ଲକ୍ଷ୍ୟକୁ ଅତିସହଜରେ ହାସଲ କରିନେଇଥିଲା। ୨ୟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ସାଗର ଓ ଦଶପଲ୍ଲା ମଧ୍ୟରେ । ଦଶପଲ୍ଲା ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ସେ ନିର୍ଦ୍ଧାରିତ ୧୨ ଓଭରରେ ୫ ଗୋଟି ୱିକେଟ ହରାଇ ୧୩୦ ରନ କରିଥିଲା ପ୍ରତିବଦଳରେ ସାଗର ୮ ଓଭର ମଧ୍ୟରେ 1 ଗୋଟି ୱିକେଟ ହରାଇ ୧୩୦ ରନର ବିଜୟ ଲକ୍ଷ୍ୟ କୁ ଅତି ସହଜରେ ହାସଲ କରିନେଇଥିଲେ । ସାଗର ଟିମ୍ ର ରାଜୁ ଓ ସଂଗ୍ରାମ ଯଥାକ୍ରମେ ୭୨ ଓ ୫୨ର ଧୂଆଁଧାର ବ୍ୟାଟିଂ କରି ଦର୍ଶକଙ୍କ ନମନୋରଞ୍ଜନ କରିଥଲେ । ମ୍ୟାଚ୍ ୨ଟିକୁ ସୁଦକ୍ଷ ଅମ୍ପାୟର ଗୋପାଳ ବେହେରା ଓ କାହ୍ନୁଚରଣ ବେହେରା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଯୁବନେତା ଶ୍ରୀ ଆଲୋକ କୁମାର ସାହୁ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟର ଶୋଭା ବର୍ଦ୍ଧନ କରିଥିଲେ ।
ବିଶ୍ୱରଂଜନ ସେଠି/୭୯୭୭୩୧୬୮୧୧
