ରାଉତପଡ଼ା ସଂପର୍କ କପ୍ କ୍ରିକେଟ ଟୁର୍ଣ୍ଣ୍ଣାମେଣ୍ଟ ଢୋଲମରା ଓ ରାଉତପଡ଼ା ବିଜୟୀ
ଗଣିଆ – ( ପି ଏନ ଏସ/୩୦/୨୬//୦୧) ରାଉତପଡା ଗ୍ରାମବାସୀ ଏବଂ ସମ୍ପର୍କ କ୍ଲବର ମିଳିତ ସହଯୋଗରେ ରାଉତପଡ଼ାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହାସମାରୋହରେ ଆରମ୍ଭ ହୋଇଯାଇଛି । ତୃତୀୟ ଦିବସରେ ଦୁଇଗୋଟି ମ୍ୟାଚ୍ ହୋଇଥିଲା । ପ୍ରଥମ ମ୍ୟାଚରେ ଢୋଲମରା ଓ କେନ୍ଦୂପଲି ପରସ୍ପର ସହିତ ପ୍ରତିଦ୍ବନ୍ଦିତା କରିଥିଲେ । କେନ୍ଦୁପଲ୍ଲୀ ଢୋଲମରା ଟସ ଜିତି ଢୋଲମରା ଟିମ୍ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଏହାକୁ ସମ୍ମାନ ଜଣାଇ ଢୋଲମରା ଟିମ ନିର୍ଦ୍ଧାରିତ ୧୦ ଓଭରରେ ୨ ଗୋଟି ୱିକେଟ ହରାଇ ୧୪୪ ର ବିଜୟ ଲକ୍ଷ୍ୟ ଦେଇଥିଲା ପ୍ରତିବଦଳରେ କେନ୍ଦୁପଲ୍ଲୀ ନିର୍ଦ୍ଧାରିତ ୧୦ ଓଭର୍ ରେ ୮ ଗୋଟି ୱିକେଟ ହରାଇ ମାତ୍ର ୪୯ କରି ଅତି ଶୋଚନୀୟ ଭାବରେ ପରାଜୟ ବରଣ କରିଥିଲା। ଉକ୍ତ ମ୍ୟାଚ୍ ରେ ଢୋଲମରା ଟିମର ଚିତ୍ତ ଓ କୃଷ୍ଣ ଯଥାକ୍ରମେ ୬୦ ଓ ୬୪ ରନ ର ଚିତ୍ତାକର୍ଷକ ପାଳି ଖେଳିଥିଲେ l ୨ୟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ଆୟୋଜକ ରାଉତପଡ଼ା ଅନ୍ଧାରଖଣି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। । ପ୍ରଥମେ ଅନ୍ଧାରଖଣି ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ସେ ନିର୍ଦ୍ଧାରିତ ୧୦ ଓଭରରେ ୬ଗୋଟି ୱିକେଟ ହରାଇ ୧୨୩ ରନ କରିଥିଲେ । ପ୍ରତିବଦଳରେ ରାଉତପଡ଼ା ୮ ମଧ୍ୟରେ 3 ଗୋଟି ୱିକେଟ ହରାଇ ୧୨୩ ରନର ବିଜୟ ଲକ୍ଷ୍ୟ କୁ ଅତି ସହଜରେ ହାସଲ କରିନେଇଥିଲେ । ରାଉତପଡ଼ା ଟିମ୍ ର ରାଜେଶ ଓ ହରି ଯଥାକ୍ରମେ ୪୩ ଓ ୩୯ ର ଧୂଆଁଧାର ବ୍ୟାଟିଂ କରିଥିଲେ । ମ୍ୟାଚ୍ ୨ ଟିକୁ ସୁଦକ୍ଷ ଅମ୍ପାୟର ଗୋପାଳ ବେହେରା ଓ କାହ୍ନୁଚରଣ ବେହେରା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଗଣିଆ ହୋଣ୍ଡା ଶୋରୁମ୍ ମ୍ୟାନେଜର ଲକ୍ଷ୍ମୀକାନ୍ତ ମହାପାତ୍ର ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟର ଶୋଭା ବର୍ଦ୍ଧନ କରିଥିଲେ । ଉକ୍ତ ଟୁର୍ଣ୍ଣମେଣ୍ଟରେ ଉପଭୋଗ କରିବା ପାଇଁ ଆଖପାଖ ଗ୍ରାମ ଗୁଡିକରୁ ଜନସମାଗମ ଦେଖିବାକୁ ମିଳୁଛି।ବିଶ୍ୱରଂଜନ ସେଠି/୭୯୭୮୩୧୬୮୧୧
