ରାଉତପଡ଼ା ସଂପର୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟରେସେମିରେ କରଡ଼ାପଡ଼ା ଓ ଗଣିଆ
ଗଣିଆ -(ପି ଏନ ଏସ/୦୧/୦୨)ରାଉତପଡା ଗ୍ରାମରେ ସମ୍ପର୍କ କ୍ଲବ ଅନୁଷ୍ଠାନ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ ଦିବସରେ ଦୁଇଗୋଟି କ୍ୱାଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେଇଥିଲା । ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚରେ କରଡ଼ାପଡ଼ା ବନାମ ଢୋଲମରା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ କରଡ଼ାପଡ଼ା ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ନିର୍ଦ୍ଧାରିତ ୧୦ ଓଭରରେ ୪ ଗୋଟି ୱିକେଟ ହରାଇ ୧୩୭ ରନର ବିଶାଳ ସ୍କୋର କରିଥିଲେ । ଏହାକୁ ପିଛାକରି ଢୋଲମରା ନିର୍ଦ୍ଧାରିତ ୧୦ ଓଭର୍ ମଧ୍ୟରେ ୨ ଗୋଟି ୱିକେଟ ହରାଇ ମାତ୍ର ୧୨୧ ରନ କରିପାରିଥିଲା ।ଫଳରେ ଢୋଲମରା ୧୫ ରନରେ ପରାସ୍ତ
ହୋଇଥିଲା । କରଡ଼ାପଡ଼ା ଟିମର ବ୍ୟାଟ୍ସମ୍ୟାନ୍ ବିଷ୍ଣୁ ୭ଟି ଛକା ଓ ୫ଟି ଚୌକା ମାରି ୬୫ରନ ବିସ୍ଫୋରକ ପାଳି ଖେଳିଥିଲେ । ୨ୟ ମ୍ୟାଚ୍ରେ ଆୟୋଜକ ରାଉତପଡ଼ା ଓ ଗଣିଆଁ ମଧ୍ୟରେ ଖେଳ ଅନୁଷ୍ଠିତ ହେଇଥିଲା । ପ୍ରଥମେ ଗଣିଆ ଟସ୍ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା । ରାଉତପଡ଼ାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ରାଉତପଡ଼ା ପ୍ରଥମେ ନିର୍ଦ୍ଧାରିତ ୧୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୩ ରନ କରିଥିଲା । ପଜବାବରେ ଗଣିଆ ୮ ଗୋଟି ୱିକେଟ ହରାଇ ଅତି ସଂଘର୍ଷ ପୂର୍ଣ୍ଣ ଭାବରେ ୧୧ ତମ ଓଭରରେ ଜିତି ନେଇଥିଲା । ଗଣିଆ ଟିମ୍ ର ମାହି 67 ରନ ପାଳି ଖେଳି ଗଣିଆକୁ ଜିତିବାରେ ସାହାଯ୍ୟ କରିଥିଲେ । ମ୍ୟାଚ୍ ୨ଟିକୁ ସୁଦକ୍ଷ ଅମ୍ପାୟର ସୁକାନ୍ତ କୁମାର ବେହେରା ଓ ମନୋଜ ବେହେରା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଗଣିଆ ପଞ୍ଚାୟତର ସମିତି ସଭ୍ୟ ଫକୀର ମୋହନ ଡାକୁଆ ଯୋଗଦେଇ ଖେଳକୁ ଉଦ୍ଘାଟନ କରିଥିଲେ ।
ବିଶ୍ୱରଂଜନ ସେଠି/୭୯୭୮୩୧୬୮୧୧
