ରାଉତ ପଡା ସମ୍ପର୍କ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟଫାଇନାଲରେ ଗଣିଆ ବନାମ କିଶୋରପ୍ରସାଦ

ଗଣିଆ -(ବିଶ୍ୱରଂଜନ ସେଠି)ରାଉତପଡା ସମ୍ପର୍କ କ୍ଲବ
ଆନୁକୁଲ୍ୟରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୮ ଦିବସରେ ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ପରସ୍ପର ଭେଟିଥିଲେ
ସାଗର କ୍ରିକେଟ କ୍ଲବ୍ ଓ କିଶୋରପ୍ରସାଦ କ୍ରିକେଟ କ୍ଲବ୍। ପ୍ରଥମେ ସାଗର ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୧୫ ଓଭର ମଧ୍ୟରେ କିଶୋରପ୍ରସାଦ ପ୍ରଥମେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଗୋପଙ୍କ ୫୬ ପାଳି ସହିତ ତାର ୮ ଗୋଟି ୱିକେଟ୍ ହରାଇ ୧୬୭ ରନ ସଂଗ୍ରହ କରିଥିଲା । ସାଗରକୁ ୧୬୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଏହାକୁ ପିଛା କରୁଥିବା ବେଳେ ସାଗର ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ସମସ୍ତ ୱିକେଟ୍ ହରାଇ ମାତ୍ର ୧୫୭ ରନ ସଂଗ୍ରହ କରି ୧୧ ରନରେ ପରାସ୍ତ ହୋଇଥିଲା । କିଶୋରପ୍ରସାଦ ଟିମର ବହୁତ୍ ସୁନ୍ଦର ବୋଲିଙ୍ଗ ଦେଖିବାକୁ ମିଳିଥିଲା ବୋଲର ଦିଲୁ , ଗୁଡୁ ଓ କାହ୍ନୁ ୩ଗୋଟି ଲେଖାଏଁ ୱିକେଟ ନେଇଥିଲେ । ଏହି ମ୍ୟାଚଟିକୁ ପରିଚାଳନା କରିଥିଲେ ଦୁଇ ସୁଦକ୍ଷ ଆମ୍ପାୟର ଗୋପାଳ ବେହେରା ଓ କାହୁଁ ଚରଣ ବେହେରା । ଫାଇନାଲ ଆସନ୍ତା ୬ ତାରିଖ ଶୁକ୍ରବାର ଦିନ ଖେଳାଯିବ ଏବଂ ଦର୍ଶକମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା ହେବା ବୋଲି ଆୟୋଜକ ସମ୍ପର୍କ କ୍ଲବ ତରଫରୁ ସ୍ପଷ୍ଟ ସୂଚନା ମିଳିଛି ।