ରାଉରକେଲାରେ ବଡ଼ ଧରଣର ବିମାନ ଦୁର୍ଘଟଣା, ୬ ଆହତ
ଶନିବାର ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ବିମାନ vtkss ଜଳଦା କଂସର ପଡ଼ିଆରେ ଅପରାହ୍ନ ୧.୪୦ ମିନିଟ୍ରେ ଜରୁରୀ ଅବତରଣ କରିଛି। ସେଥିରେ ମୃତାହତର କୌଣସି ସୂଚନା ମିଳିନାହିଁ। କିନ୍ତୁ ଦୁର୍ଘଟଣାର ୬ ଜଣ ଆହତ ହୋଇଥିବା କହିଲେ ପରିବହନ ମନ୍ତ୍ରୀ । ୯ ସିଟର ବିମାନ ରାଉରେକଲାରୁ ଭୁବନେଶ୍ବର ଆସିଥିଲା । ୧୦ କିମି ଉଡାଣ ପରେ ଦୁର୍ଘଟଣା ହୋଇଥିବା କହିଲେ ମନ୍ତ୍ରୀ ।
ଭୁବନେଶ୍ବରରୁ ରାଉରକେଲା ଆସୁଥିଲା ଯାତ୍ରୀବାହୀ ବିମାନ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା ହୋଇଥିବା ସୂଚନା । ବିମାନରେ ଥିବା ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି । ୪ ଯାତ୍ରୀ ଓ ୨ କ୍ରିଉ ମେମ୍ବର ଆହତ ହୋଇଥିବା ସୂଚନା ମିଳିଛି ।
